ଚୀନର ଅବିଶ୍ୱସନୀୟ ଦାବି: ଗୁଇଝୋଉ ପ୍ରଦେଶରେ ଗରିବ ନାହାଁନ୍ତି

ନୂଆଦିଲ୍ଲୀ:  କରୋନା ସହ ଦୁନିଆ ଲଢୁଛି । ଲକଡାଉନ୍ ସଟଡାଉନ୍ କାରଣରୁ ଲୋକଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କୋଟି କୋଟି ଲୋକ କରୋନା କାରଣରୁ ଦାନା ପାଇଁ ଡହଳ ବିକଳ ହେଉଛନ୍ତି । ଏହାରି ଭିତରେ ଚୀନ୍ ଦାବି କରିଛି ଯେ, ଆମ ଦେଶରେ ଆଉ ଗରିବ ନାହାନ୍ତି । ମାନେ ଚୀନରେ ଗରିବଙ୍କ ସଂଖ୍ୟା ଶୁନ । ଚୀନର ଏହି ଦାବିରେ କେତେ ସତ୍ୟତା ରହିଛି ?

ମିଛ କହିବାରେ ମାଷ୍ଟର ଚୀନ । କମ୍ୟୁନିଷ୍ଟ ସରକାରଙ୍କ ମିଛ ପ୍ରପୋଗଣ୍ଡାକୁ ଦୁନିଆରେ ବାଣ୍ଟିବାରେ ଆହୁରି ଧୁରନ୍ଧର ଚୀନର ସରକାରୀ ମିଡିଆ । ଚୀନ କମ୍ୟୁନିଷ୍ଟ ପାର୍ଟିର ହିଜ୍ ମାଷ୍ଟର୍ସ ଭଏସ କୁହାଯାଉଥିବା ନ୍ୟୁଜ୍ ଏଜେନ୍ସୀ ସିନୁହା ନିକଟରେ ଗୋଟିଏ ଅବିଶ୍ୱସନୀୟ ଦାବି କରିଛି । ଦାବି ହେଉଛି ଯେ, ଗୁଇଝୋଉ ପ୍ରଦେଶରେ ଆଉ ଗରିବ ନାହାନ୍ତି । ଚୀନର ଦକ୍ଷୀଣ ପ୍ରାନ୍ତରେ ଥିବା ଏହି ରାଜ୍ୟ ଭୋକ ପାଇଁ କୁଖ୍ୟାତ ଥିଲା । ସିନୁହା ଅନୁସାରେ ଏହି ରାଜ୍ୟର ସବୁ ଗରିବ ଦାରିଦ୍ର୍ୟ ରେଖାରୁ ଉପରକୁ ଉଠି ଯାଇଛନ୍ତି । ମାନେ ଚୀନ ଗରିବ ମୁକ୍ତ । ସିନୁହା ଅନୁସାରେ ଚୀନକୁ ଗରିବ ମୁକ୍ତ କରିବା ପାଇଁ ୨୦୨୦ ଟାର୍ଗେଟ୍ ଥିଲା । ୨୦୧୯ରେ ଚୀନରେ ୫୨ ଜିଲାରେ ଗରିବଙ୍କ ସଂଖ୍ୟା ସର୍ବାଧିକ ଥିଲା ।

ଏବେ ନଭେମ୍ବର ମାସ ଆରମ୍ଭରେ ଚୀନର ଏହି ସୁବ ଜିଲ୍ଲା ନିଜକୁ ଗରିବ ମୁକ୍ତ ବୋଲି ଘୋଷଣା କରିଛନ୍ତି । ଚୀନ ସରକାର ଏନେଇ ଡାଟା ମଧ୍ୟ ଜାରି କରିଛନ୍ତି । ସରକାରୀ ହିସାବ ଅନୁସାରେ ୮୫୦ ମିଲିୟନ ଲୋକ ୨୦୨୦ରେ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ତେଣୁ ବିଶ୍ୱରେ ଭୋକିଲାଙ୍କ ସଂଖ୍ୟାରେ ୭୦ ପ୍ରତିଶତ ହ୍ରାସ ଘଟିଛି । ମାନେ ସୁପର ପାୱାର ହେବାର ସ୍ୱପ୍ନ ଦେଖୁଥିବା ଚୀନରେ ବିଶ୍ୱର ଭୋକିଲା ଲୋକଙ୍କ ସଂଖ୍ୟାର ୭୦ ପ୍ରତିଶତ ରହୁଥିଲେ ।

ଚୀନ ଅନୁସାରେ ଗ୍ରାମାଂଚଳର ଦାରିଦ୍ର୍ୟ ୧୦ ପ୍ରତିଶତରୁ କମି ମାତ୍ର ୦.୬ ପ୍ରତିଶତ ରହିଛି । ଚୀନର କୃଷକଙ୍କ ବାର୍ଷିକ ଆୟ ୪ ହଜାର ୟୁଆନ ବୋଲି ସରକାର ଦାବି କରୁଛନ୍ତି । ଗାଁ ଲୋକ ଚିନ୍ତାମୁକ୍ତ ହୋଇଯାଇଛନ୍ତି । କାରଣ ସେମାନଙ୍କ ପାଖରେ ଖାଇବା ପିଇବାକୁ ନେଇ ଚିନ୍ତା ନାହିଁ । ସେହିଭଳି ଗ୍ରାମାଂଚଳରେ ମାଗଣା ଶିକ୍ଷା ଓ ମାଗଣ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି ,ତେଣୁ ଦେଶ ଗରିବ ମୁକ୍ତ ହୋଇଗଲା ବୋଲି ଚୀନର କମ୍ୟୁନିଷ୍ଟ ସରକାର ଦାବି କରୁଛନ୍ତି ।

ତେବେ ଚୀନର ଏହି ଦାବି କେତେ ମିଛ ତାହା ଗତ ବର୍ଷ ସେଠାକାର ଜଣେ ବଡ ନେତା ଦେଇଥିବା ବୟାନରୁ ଜଣା ପଡୁଛି । ଲି କେଗିଙ୍ଗ୍ ନାମକ ଏହି ନେତା ଗତବର୍ଷ ଦାବି କରିଥିଲେ ଯେ, ଚୀନର ୬ଶହ ମିଲିୟନ ଲୋକଙ୍କ ମାସିକ ଆୟ ୧୦୦ ୟୁଆନ । ଅର୍ଥାତ ବର୍ଷିକ ୧୨ ଶହ ୟୁଆନ । ୧୦୦ ୟୁଆନ ଭାରତୀୟ ମୁଦ୍ରାରେ ହେଉଛି ୧୦ ହଜାର ଟଙ୍କା । ଆଉ ଏତିକି ଟଙ୍କାରେ ଚୀନର କୌଣସି ମଧ୍ୟମ ଧରଣର ସହରରେ ଘରଭଡା ନେଇ ଚଳିବା ବି ସମ୍ଭବ ନୁହେଁ । ତେବେ ପ୍ରଶ୍ନ ଉଠୁଛି ଗୋଟିଏ ବର୍ଷରେ ଏହି ୬ଶହ ମିଲିୟନ ଲୋକଙ୍କ ବାର୍ଷିକ ଆୟ କେମିତି ୪ ହଜାର ୟୁଆନ୍ ହୋଇଗଲା ? ସେମାନଙ୍କ ହାତରେ କ’ଣ ଆଲ୍ଲାଦିନର ଦିପ ଲାଗିଗଲା କି ?

ଆଉ ଗୋଟିଏ କଥା ମଧ୍ୟ ଚୀନ ଦାବିର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି କରାଉଛି । ତାହା ହେଲା ଚୀନର ଅନେକ ପ୍ରଦେଶର ଏଥର ଭୟଙ୍କର ଦୁର୍ବିକ୍ଷ ପଡିଛି । ସେଠାରେ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ତେଣୁ ସରକାର ଗଲା ବର୍ଷଠାରୁ ଫିନିଶ ୟୋର ପ୍ଲେଟ୍ କ୍ୟାମ୍ପେନ୍ ଚଳାଉଛନ୍ତି । ଅଯଥା ଖାଦ୍ୟ ନଷ୍ଟ ବିରୋଧରେ ଆଇନ୍ ମଧ୍ୟ ଆସିଛି । ଦେଶ ଭିତରେ ଭୋକ ଉପରୁ ନଜର ହଟାଇବା ପାଇଁ ଚୀନ ଜାଣିଶୁଣି ନିଜ ପଡୋଷୀ ଦେଶ ବିଶେଷକରି ଭାରତ ସହ ସୀମା ବିବାଦ ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି । ଏମିତିରେ ଚୀନରେ ଗରିବ ଅଚାନକ ଗାୟବ ହୋଇଯିବା ନିଶ୍ଚିତ ଭାବେ ସରକାରୀ ପ୍ରପୋଗଣ୍ଡା

Leave a Reply