ଚୀନ୍‌ ଖେଳୁଛି ନୂଆ ଚାଲ୍‌, ସୀମା ପାଖ ଗାଁରେ ଠୁଳ କରୁଛି ଅସ୍ତ୍ରଶସ୍ତ୍ର

1 min read
China Army

File Photo

ନୂଆଦିଲ୍ଲୀ: ସୀମାରେ ପୁଣି ସାମ୍ନକୁ ଆସିଛି ଚୀନ୍‌ର ଚାଲାକି । ଲଦାଖରେ ନିଜର କାୟା ବିସ୍ତାର କରିବା ପାଇଁ ଅହରହ ଉଦ୍ୟମ କରୁଥିବା ବେଜିଂ ଏବେ LAC ନିକଟରେ ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି । ଏପଟେ ଡୋକଲାମ୍‌ ଓ ଭୁଟାନ ସୀମାରେ ଥିବା ତୋରସା ନଦୀ ଉପତ୍ୟକାରେ ୯ କିଲୋମିଟର ବ୍ୟାପି ରାସ୍ତା ନିର୍ମାଣ କରିଛି ଚୀନ୍‌ ।

ସାଟେଲାଇଟ୍‌ରୁ ମିଳିଥିବା ଫଟୋ ଚିତ୍ରରୁ ଏହି ରାସ୍ତା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି । ଏହି ରାସ୍ତା ମାଧ୍ୟମରେ ପାଖ ଗାଁ ଗୁଡିକରେ ନିଜର ଅସ୍ତ୍ରଶସ୍ତ୍ର ଓ ସେନା ଠୁଳ କରୁଛି ଚୀନ୍‌ ପ୍ରଶାସନ । ଏଭଳିକି ବଡ ବଡ ଗାଡି ମଧ୍ୟ ଚୀନ ମୁତୟନ କରିଛି । ଗତ କିଛି ଦିନ ଧରି ଏଭଳି କାର୍ଯ୍ୟ କରିଆସୁଛି ଚୀନ । ଏହା ମାଧ୍ୟମରେ ସୀମା ନିକଟବର୍ତ୍ତି ଦେଶ ଗୁଡିକ ଉପରେ ନିଜର ପ୍ରଭାବ ପକାଇବା ପାଇଁ ଉଦ୍ୟମ କରୁଛି ଚୀନ । ଯାହାକି ଚୀନର ବିସ୍ତାରବାଦୀ ନୀତିକୁ ଦର୍ଶାଉଛି । ବିଶ୍ୱର ଅନେକ ଦେଶ ଏବେ ଚୀନର ବିସ୍ତାରବାଦୀ ନୀତି ବିରୋଧରେ ସ୍ୱର ଉଠାଇଥିବାବେଳେ ସୀମାରେ ବେଜିଂର ମନମାନି ଜାରି ରହିଛି । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ବିବାବ ଲାଗି ରହିଛି । ଏବେ ଭୁଟାନ ସୀମାରେ ଲୁଚିଛପି ଚୀନ ନିଜର ଅସ୍ତ୍ରଶସ୍ତ୍ର ଠୁଳ କରିବା ନୂଆ ବିବାଦ ସୃଷ୍ଟି କରିଛି ।

Leave a Reply