ଚୀନର ମାଇଣ୍ଡ୍ ଗେମ୍,ଲଦାଖ ସୀମାକୁ ଆଣିଲା ‘ବାହୁବଳୀ’ ଟ୍ୟାଙ୍କ୍

1 min read

ନୂଆଦିଲ୍ଲୀ:  ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଜାରିଥିବା ଗତିରୋଧ ଭିତରେ ଚୀନର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଭାରତ ବିରୋଧରେ ମାଇଣ୍ଡ୍ ଗେମ୍ ଖେଳୁଛି । ପାହାଡ ଉପରେ ଯୁଦ୍ଧାଭ୍ୟାସ ଓ ଟ୍ୟାଙ୍କର ଭିଡିଓ ଜାରି କରିବା ପରେ ଏବେ ଗ୍ଲୋବାଲ ଟାଇମ୍ସ ଅତ୍ୟାଧୁନିକ ତୋପର ଧମକ ଦେଇଛି । ଗ୍ଲୋବାଲ ଟାଇମ୍ସ ଅନୁସାରେ ଭାରତ ସହ ଚାଲିଥିବା ସୀମା ବିବାଦକୁ ନେଇ ପିପୁଲ’ସ ଲିବରେସନ୍ ଆର୍ମି ଲଦାଖ ସୀମାରେ ନିଜର ଆଧୁନିକ ତୋପ PCL-181କୁ ମୁତ୍ତୟନ କରିଛି । ଏହି ତୋପ ସାମରିକ ଦୁନିଆରେ ବାହୁବଳୀ ଭାବେ ପରିଚିତ ।

ଭାରତ ସହ ବିବାଦ ଭିତରେ ବାହୁବଳୀର ଏଣ୍ଟ୍ରି

ଗ୍ଲୋବାଲ ଟାଇମ୍ସର ଦାବି ଯେ, ଏହି ଟ୍ୟାଙ୍କକୁ ନିକଟରେ ସେନାରେ ସାମିଲ କରାଯାଇଛି । ଗ୍ଲୋବାଲ ଟାଇମ୍ସ ଅନୁସାରେ ପିଏଲଏର ୭୫ତମ ଗ୍ରୁପ୍ ଆର୍ମି ଅନ୍ତର୍ଗତରେ ଆସୁଥିବା ବ୍ରିଗେଡ ନିକଟରେ ଦକ୍ଷୀଣ ସାମାରେ ଆୟୋଜିତ ସମାରୋହରେ ଅନେକ ପ୍ରକାରର ନୂଆ ଅସ୍ତ୍ରଶସ୍ତ୍ରକୁ ସାମିଲ କରିଛି । ଖବର କାଗଜ ଅନୁସାରେ ଏହି ତୋପ ୧୫୫ ଏମଏମ ବିଶିଷ୍ଟ ଓ ଏହାକୁ ପ୍ରଥମ ଥର ପାଇଁ ଅକ୍ଟୋବର ୧,୨୦୧୯ରେ ନ୍ୟାସନାଲ୍ ଡେ’ ଅବସରରେ ପ୍ୟାରେଡରେ ସାମିଲ କରାଯାଇଥିଲା ।

ହାଲୁକା ଓଜନ,ପାହାଡ ଯୁଦ୍ଧରେ ମାହିର

ଗ୍ଲୋବାଲ ଟାଇମ୍ସ ଅନୁସାରେ ଏହି ତୋପର ଓଜନ ୨୫ ଟନ୍ । ସ୍ୱଂୟଚାଳିତ ଏହି ତୋପ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇ ହେବ । ଏହାପୂର୍ବରୁ ଏଭଳି ତୋପର ସର୍ବନିମ୍ନ ଓଜନ ୪୦ ଟନ୍ ହେଉଥିଲା । କମ ଓଜନ ହୋଇଥିବାରୁ ଏହା ପାହାଡିଆ ଅଂଚଳରେ ଉପଭୋଗୀ ହୋଇ ପାରିବ ।କମ ଅମ୍ଲଜାନ ଥିବା ଅଂଚଳରେ ତୋପର ଇଂଜିନ୍ ପ୍ରଭାବିତ ହୋଇଥାଏ କିନ୍ତୁ ଏହି ତୋପ ଉପରେ ସେଭଳି ପ୍ରଭାବ ପଚିନଥାଏ । ଅଳ୍ପ ଅମ୍ଲଜାନ ଥିବା ଅଂଚଳରେ ମଧ୍ୟ ଏହା କାମ କରିପାରିବ ।

ଡୋକଲାମକୁ ବି ଆସିଥିଲା ବାହୁବଳୀ

ଗ୍ଲୋବାଲ ଟାଇମ୍ସ ଅନୁସାରେ ୨୦୧୭ ମସିହାରେ ଡୋକଲାମକୁ ନେଇ ଭାରତ ଓ ଚୀନ୍ ମୁହାଁମୁହିଁ ହୋଇଥିବା ବେଳେ ଚୀନ୍ ସେଠାରେ ଏହି ଟ୍ୟାଙ୍କକୁ ଭାରତ ଉପରେ ଚାପ ପକାଇବାକୁ ମୁତୟନ କରିଥିଲା । ଏବେ ପୁଣି ଥରେ ଲଦାଖରେ ପିସିଏଲ-୧୮୧କୁ ଚୀନ୍ ସେନା ମୁତୟନ କରିଛି । ତେବେ ଗ୍ଲୋବାଲ ଟାଇମ୍ସର କହିବା ହେଲା ଶନିବାର ଦିନ ଏହି ଟ୍ୟାଙ୍କକୁ ମୁତୟନ କରାଯାଇଥିଲା । ସେତେବଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇ ନଥିଲା ।

ହୁବାଇରେ ଟ୍ୟାଙ୍କ,ତୋପ

ଚୀନର ସେଣ୍ଟ୍ରାଲ ଟେଲିଭିଜନ୍ ଅନୁସାରେ ହୁବାଇରୁ କରୋନା ସଂକ୍ରମଣ ବିପଦ ଟଳିବା ପରେ ସେଠାରେ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି । ସୈନିକ ଓ ସାମରିକ ଯାନକୁ ସେଠାକୁ ଟ୍ରାନ୍ସଫର କରାଯାଉଛି । ରବିବାର ଦିନ୍ ଚୀନର ସ୍ଥଳସେନା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଏଥିରେ ହଜାର ହଜାର ସଂଖ୍ୟାରେ ଟ୍ୟାଙ୍କ,ସାଂଜୁଆ ଗାଡି ଭାଗ ନେଉଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ଉପରେ ମନୋବୈଜ୍ଞାନିକ ଚାପ ପକାଇବା ପାଇଁ ଚୀନ୍ ଏଭଳି କରୁଛି ବୋଲି କୁହାଯାଉଛି ।

 

Leave a Reply