ଚୀନ ସହ ସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ ଭାରତୀୟ ମିଡିଆ: ନେପାଳ

କାଠମାଣ୍ଡୁ: ଗତ କିଛି ମାସ ମଧ୍ୟରେ ଭାରତ ପ୍ରତି ନେପାଳ ଆଭିମୁଖ୍ୟରେ ପରିବର୍ତ୍ତନ ଆସୁଥିବା ବେଳେ ଚୀନ ଆଡ଼କୁ ମୁହାଁଇଛି । ଭାରତ ସହିତ ନେପାଳ ସୀମା ବିବାଦ ଗମ୍ଭୀର ହେବାରେ ଲଗିଛି । ଆଉ ଚୀନ ସହିତ ମଧ୍ୟ ସୀମାରେ ତିକ୍ତତା ବଢ଼ୁଥିବା ବେଳେ ସୀମାରେ ନେପାଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଛି । ସମସ୍ତ ବିଶେଷଜ୍ଞ ଏହି ବିଷୟ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ନେପାଳରେ ଚୀନର ପ୍ରବେଶ ବଢ଼ୁଥିବାରୁ ଭାରତ ସରୁକ୍ଷା ନେଇ ଏହା ବିପଦ ସୃଷ୍ଟି କରିବ ।

India-Nepal Relation

ଏହି ସବୁ ମଧ୍ୟରେ ଚୀନ ନେପାଳ ରାଜଦୂତ ମହେନ୍ଦ୍ର ବାହାଦୁର ପାଣ୍ଡେ ରବିବାର ଚୀନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇଛନ୍ତି । ଯେଉଁଥିରେ ସେ ଭାରତୀୟ ମିଡିଆ ରିପୋର୍ଟସକୁ ଟାର୍ଗେଟ କରିଛନ୍ତି । ବହୁ ଚେଷ୍ଟା ସତ୍ତ୍ୱେ ଭାରତୀୟ ମିଡିଆ ନେପାଳ ଏବଂ ଚୀନର ସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

India-Nepal Relation

            ଚୀନରେ ନେପାଳ ରାଜଦୂତ ମହେନ୍ଦ୍ର ପାଣ୍ଡେ କହିଛନ୍ତି ନେପାଳ ଏବଂ ଚୀନ ଭଲ ପଡ଼ୋଶୀ । ୧୯୯୫ ମସିହା ଠାରୁ ହିଁ ଦୁଇ ଦେଶ କୁଟନୈତିକ ସମ୍ପର୍କ ରହିଆସିଛି । ସେମାନେ କହିଛନ୍ତି ଯେ, ଚୀନରେ ନେପାଳର ନୂଆ ରାଜଦୂତ ହୋଇଥିବାରୁ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଗୁରୁତ୍ୱ ଦେଇଛନ୍ତି । ଗତ ବର୍ଷ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ନେପାଳ ଗସ୍ତ କରିଥିଲେ । ଯାହା ଫଳପ୍ରଦ ରହିଥିଲା । ପାଖାପାଖି ୨୦ ବୁଝାମଣା ଉପରେ ସ୍ୱାକ୍ଷର ହୋଇଥିଲା । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରାଷ୍ଟ୍ରପତି ବିଧା ଦେବୀ ଭଣ୍ଡାରୀ ମଧ୍ୟ ଚୀନ ଗସ୍ତ କରିଛନ୍ତି । ଏବଂ ବହୁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏଣୁ ମୋର ପ୍ରାଥମିକତା ରହିବ ଏହି ବୁଝାମଣା ଉପରେ ଯଥାଶୀଘ୍ର କାମ ଆରମ୍ଭ କରିବା ସେ କହିଛନ୍ତି ।

Leave a Reply