ଚୀନରେ ହନ୍ତା ଭାଇରସରେ ଜଣଙ୍କର ମୃତ୍ୟୁ, ଜାଣନ୍ତୁ କେତେ ବିପଦପୂର୍ଣ୍ଣ…

ବେଜିଂ: ଚୀନର କରୋନା ଭାଇରସକୁ ନେଇ ସାରା ଦୁନିଆ ଚିନ୍ତାରେ । ଖୋଜୁଛି ଭାଇରସ ଠାରୁ ବର୍ତ୍ତିବାର ବିକଳ୍ପ । ଗୋଟିଏ ବିପଦ ନଯାଉଣୁ ଆଉ ଗୋଟିଏ ବିପଦ ଆସି ଛିଡ଼ା ହୋଇଛି । ଏକ ନୂଆ ଭାଇରସରେ ଚୀନର ୟୁନାନ୍ ପ୍ରଦେଶର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଟେଷ୍ଟ ପରେ ତାଙ୍କ ରିପୋର୍ଟ ହନ୍ତା ଭାଇରସ୍ ପଜିଟିଭ୍ ଆସିଛି । ଏନେଇ ଗ୍ଲୋବାଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ ହନ୍ତା ଭାଇରସରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ସୋଡ଼ାଙ୍ଗ ପ୍ରାନ୍ତରୁ ବସରେ ଫେରୁଥିଲେ । ହନ୍ତ ଭାଇରସ୍ ପଜିଟିଭ୍ ମିଳିବା ପରେ ବସରେ ଆତଙ୍କ ଖେଳିଯାଇଥିଲା । ସେହି ବସରେ ପ୍ରାୟ ୩୨ ଜଣ ଥିଲେ । ସମସ୍ତଙ୍କ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି ।

ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?

ହନ୍ତା ଭାଇରସ୍ କଣ ?

ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ଭାଇରସ୍ ଭଳି ହନ୍ତା ଭାଇରସ୍ ଘାତକ ନୁହେଁ । କରୋନା ଭଳି ହନ୍ତା ଭାଇରସ୍ ବାୟୁରେ ବ୍ୟାପେ ନାହିଁ । ମଣିଷ, ମୂଷା ଓ ଗୁଣ୍ଡୁଚି ମୂଷା ସଂସ୍ପର୍ଶରେ ଆସିଲେ ଏହା ବ୍ୟାପେ । ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନସନ୍ ପ୍ରକାରେ, ମୂଷା ଘରେ କିମ୍ବା ବାହାରେ ଥିଲେ ହନ୍ତା ସଂକ୍ରମଣ ହୋଇପାରେ । ଏପିରିକ କୌଣସି ସୁସ୍ଥ ବ୍ୟକ୍ତି ହନ୍ତା ଭାଇରସ୍ ସଂସ୍ପର୍ଶରେ ଆସିଲେ ସଂକ୍ରମିତ ହେବାର ବିପଦ ରହିଛି ।

କେମିତି ବ୍ୟାପେ ହନ୍ତା ଭାଇରସ୍ ?

କିନ୍ତୁ, ଏହି ଭାଇରସ୍ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପେ ନାହିଁ । ଏଥିରେ ସଂକ୍ରମିତ ପ୍ରାୟ ୩୮ ପ୍ରତିଶତ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି । ଯଦି କୌଣସି ବ୍ୟକ୍ତି ମୂଷାର ମଳ, ପରିସ୍ରାକୁ ଛୁଇଁ ନଜ ଆଖି, ନାକ ଓ ମୁହଁକୁ ସ୍ପର୍ଶ କରେ । ତେବେ, ତାକୁ ହନ୍ତା ଭାଇରସ୍ ସଂକ୍ରମଣ ହୋଇପାରେ । ଏଥିରେ ସଂକ୍ରମିତ ହେଲେ ଜ୍ୱର ଆସିବା ସହ ଦେହ ଦରଜ ହୁଏ । ପେଟ ବ୍ୟଥା, ବାନ୍ତି ସହ ଝାଡ଼ା(ଡାଇରିଆ) ହୁଏ । ଯଦି, ଚିକିତ୍ସାରେ ଡେରି ହୁଏ ତେବେ ସଂକ୍ରମିତଙ୍କ ଫୁସଫୁସରେ ପାଣି ଭରିଯାଏ । ଫଳରେ ସଂକ୍ରମିତ ବ୍ୟକ୍ତି ଠିକରେ ନିଶ୍ୱାସ ନେଇପାରନ୍ତି ନାହିଁ ।

Leave a Reply