କରୋନା ପରେ ଚୀନକୁ ବନ୍ୟା ମାଡ଼, ଗଲାଣି ୨୦୦ରୁ ଅଧିକ ଜୀବନ

China Flood 2020: More than 200 people died

ବେଜିଂ: ସାରା ବାଶ୍ୱରେ ହାହାକାର ସୃଷ୍ଟି କରିଥିବା କରୋନାର ଜନ୍ମ ସ୍ଥଳି କୁହାଯାଉଥିବା ଚୀନ ଏବେ ପୁଣି ସଙ୍କଟରେ । ଲାଗୁଛି ଯେମିତି ଚୀନରେ ନଜର ଲାଗିଛି । କରୋନାରୁ ମୁକ୍ତ ହେବା ପରେ ପ୍ରାକୃତିକ ବିପର୍ଯ୍ୟୟ ଚୀନକୁ ବେହାଲ କରିଛି । ପ୍ରବଳ ବର୍ଷାରେ ବେହାଲ ହୋଇଛି ଚୀନ୍ । ଭୀଷଣ ବର୍ଷା କାରଣରୁ କେନ୍ଦ୍ରୀୟ ଚୀନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ।  ୧୯୯୮ପରେ ଏହା ସବୁଠାରୁ ବଡ଼ ବନ୍ୟା ବୋଲି କୁହାଯାଉଛି ।

ଚୀନର ଦୀର୍ଘତ୍ତମ ନଦୀ ୟଙ୍ଗଟେଜରେ ବନ୍ୟା ଫଳରେ  ଭୟଙ୍କର ପରିସ୍ଥିତି ଦେଖାଦେଇଛି । ବନ୍ୟାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଥିବା ସରକାର ସୂଚନା ଦେଇଛନ୍ତି । ଚୀନର ସରକାରୀ ଆକଳନ ଅନୁସାରେ ବନ୍ୟାରେ ପ୍ରାୟ ୧୨ ବିଲିଅନ ଡ଼ଲାର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି । ଏହା ସହିତ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଚୀନର ଜରୁରୀକାଳିନ ପରିଚାଳନା ମନ୍ତ୍ରାଳୟର ସୂଚନା ଅନୁସାରେ, ୩ଦିନର, ଲଗାଣ ବର୍ଷା ଫଳରେ ରବିବାର ହୁଆଇ ନଦୀରେ ବନ୍ୟା ଆସିଥିଲା । ପ୍ରବଳ ବର୍ଷା ଫଳରେ ଏହାର ଉପନଦୀ ଗୁଡ଼ିକରେ ମଧ୍ୟ ଭୟଙ୍କର ପରିସ୍ଥିତି ଦେଖାଦେଇଛି । ଚୀନ ସରକାରଙ୍କ କହିବା ଅନୁସାରେ  ବର୍ଷା ଆସନ୍ତା ସପ୍ତାହେ ଯାଏଁ ଲାଗି ରହିବ ।

ତେଣୁ ପରିସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ଚୀନ୍ ସରକାର ଆଶଙ୍କା କରିଛନ୍ତି । ବନ୍ୟା ଚୀନର ହେନାନ, ସାନଗଙ୍ଗ, ଆନହୁଆଇ ଏବଂ ଜେନଗୁସ୍ ଅଂଚଳରେ ଅଧିକ କ୍ଷୟକ୍ଷତି କରିଛି  । ସୂଚନା ଅନୁସାରେ ଗତ ବର୍ଷ ଅପେକ୍ଷା ଏବର୍ଷ ଚୀନରେ ୧୨% ଅଧିକ ବର୍ଷା ହୋଇଛି  । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ।

Leave a Reply