୨ ହଜାର କୋଟି ଲାଂଚ ନେଇଥିବା ବ୍ୟାଙ୍କ ମୁଖ୍ୟଙ୍କୁ ମୃତ୍ୟୁଦଣ୍ଡ

ବେଜିଂ: ଦୁର୍ନୀତି ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ କ୍ରମରେ ଚୀନ୍ ହୁଆରୋଙ୍ଗ୍ ଆସେଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀର ପୂର୍ବତନ ଚେୟାରମ୍ୟାନ୍ ଲାଇ ସିୟାଓମିନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି । ଲାଇ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ସକ୍ରୀୟ ସଦସ୍ୟ ଥିଲେ । ତଦନ୍ତ କାଳରେ ଲାଇଙ୍କ ବେଜିଂ ସ୍ଥିତ ଆପାର୍ଟମେଣ୍ଟରୁ ଲାଂଚ ଟଙ୍କା ମିଳିଥିଲା ।
ଫାଶୀ ନା ଜହର ?
ତେବେ ଲାଇଙ୍କୁ କେଉଁଭଳି ମୃତ୍ୟୁଦଣ୍ଡ ଦିଆଯାଇଛି ସେନେଇ କିଛି ମଧ୍ୟ ଚୀନ ମିଡିଆ ପକ୍ଷରୁ ସୂଚନା ଦିଆଯାଇନାହିଁ । ଚୀନର ସୁପ୍ରିମକୋର୍ଟ ଲାଇଙ୍କ ଆବେଦନକୁ ଖାରଜ କରିବା ପରେ ୨୯ ଜାନୁଆରୀରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତେବେ ଫାଶୀ କିମ୍ବା ବିଷ ଦେଇ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି ସେ ବାବଦରେ କିଛି ଜଣା ପଡିନାହିଁ । ଚୀନରେ ଦୁଇଟି ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଥାଏ । ଦୋଷୀକୁ ଫାଶୀ କିମ୍ବା ବିଷ ଇଂଜକସନ୍ ଦିଆଯାଇଥାଏ ।
୨୦୨୬ କୋଟି ଲାଂଚ ନେଇଥିବା ଥିଲା ଅଭିଯୋଗ
୨୦୦୮ରୁ ୨୦୧୮ ମଧ୍ୟରେ ଲାଇ ୨୦୨୬ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା । ୨୦୧୮ରୁ ତାଙ୍କ ବିରୋଧରେ ମାମଲା ଚାଲୁଥିଲା । ଲମ୍ବା ଯାଂଚ ପରେ ଚୀନର ତିଆନଜିନର ପିପୁଲ’ସ କୋର୍ଟ ଜାନୁଆରୀ ୫ ତାରିଖ ଦିନ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ଏହା ପରେ ଲାଇ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ ।
ଦୁଇଟି ବିବାହ କରିଥିଲେ ବ୍ୟାଙ୍କର
ଲାଇ ଦୁଇଟି ବିବାହ କରିଥିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଥିଲା । ଅଦାଲତ ଏହି ମାମଲାରେ ମଧ୍ୟ ତାଙ୍କୁ ଦୋଷୀ ପାଇଥିଲେ । ଲାଇ ପ୍ରଥମ ପତ୍ନୀ ଓ ପରିବାରକୁ ଛାଡି ଦ୍ୱିତୀୟ ବିବାହ କରିଥିଲେ । ଅଦାଲତ ମାମଲାର ଶୁଣାଣି କରି ତାଙ୍କର ସବୁ ସମ୍ପତିକୁ ବ୍ୟଜାପ୍ତ କରିବାକୁ ଆଦେଶ ଦେବା ସହ ସବୁ ରାଜନୈତିକ ଅଧିକାର ଛଡାଇ ନେଇଥିଲେ ।
ପୂର୍ବରୁ ଆଉ ଜଣେ ବ୍ୟାଙ୍କ ଅଧିକାରୀ ମଧ୍ୟ ପାଇଛନ୍ତି ଆଜୀବନ କାରଦଣ୍ଡ
ଚୀନରେ ଚଳିତ ବର୍ଷ ଆରମ୍ଭରେ ଏକ ପ୍ରମ୍ମୁଖ ସରକାରୀ ବ୍ୟାଙ୍କର ପୂର୍ବତନ ପ୍ରମ୍ମୁଖଙ୍କୁ ଦୁର୍ନୀତି ଅଭିଯୋଗରେ ଆଜିବନ କାରଦଣ୍ଡାଦେଶ ହୋଇଥିଲା । ଚେଙ୍ଗେଦ ଅଦାଲତ ହୁ ହୁଆଏବାଙ୍ଗ୍ ନାମକ ଜଣଏ ବ୍ୟାଙ୍କ ଅଧିକାରୀଙ୍କୁ ୨୦୦୯ରୁ ୨୦୧୯ ମଧ୍ୟ ୯୭ କୋଟି ଟଙ୍କା ହେରଫେର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ହୁ ଚୀନ୍ ବିକାଶ ବ୍ୟାଙ୍କରେ କମ୍ୟୁନିଷ୍ଟ ପାର୍ଟିର ସଚିବ ଥିଲେ ।

Leave a Reply