LACରେ ଚୀନ ବଢ଼ାଉଛି ଶକ୍ତି: ୨୦ ହଜାର ଯବାନ ମୁତୟନ, ବ୍ୟାକଅପରେ ୧୦ ହଜାର

1 min read

ନୂଆଦିଲ୍ଲୀ: ଲଦାଖ ବର୍ଡରରେ ଭରସା ଭାଙ୍ଗୁଛି ଚୀନ । ଗୋଟିଏ ପଟେ ଚୀନ୍ ଭାରତ ସହ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ବାସ୍ତବିକ ନିୟନ୍ତ୍ରଣ ସୀମା ରେଖା LACରେ ବଢ଼ାଉଛି ସାମରିକ ଶକ୍ତି । LACରେ ୨୦ ହଜାର ସୈନିକ ମୁତୟନ କରିଛି । ଏତିକି ନୁହେଁ ସିନଜିୟାଙ୍ଗରେ ୧୦ରୁ ୧୨ ହଜାର ଯବାନଙ୍କୁ ରଖିଛି । ଯେଉଁମାନେ କି ଆବଶ୍ୟକ ସ୍ଥଳେ ସୀମାରେ ପହଞ୍ଚିବେ । ପୂର୍ବରୁ ପାକିସ୍ତାନ ମଧ୍ୟ ଏଭଳି କରୁଥିଲା । ପାକିସ୍ତାନ ଏଲଓସି ଗିଲଗିଟ୍-ବାଲୋଚିସ୍ତାନ ରେ ୨୦ ହଜାର ଯବାନଙ୍କୁ ରଖିଥିଲା ।

ସୂତ୍ର ଅନୁଯାୟୀ ଚୀନ୍ ସେନାର ଦୁଇ ଡିଭିଜନ୍ ଯବାନଙ୍କୁ ଏଲଏସିର ପୂର୍ବ ଲଦାଖ ସେକ୍ଟରରେ ମୁତୟନ କରିଛି । ଅନ୍ୟ ଏକ ଡିଭିଜନକୁ ସିନଜିୟାଙ୍ଗରେ ରଖିଛି । ଏହି ଅଞ୍ଚଳ ପାଖାପାଖି ୧ ହଜାର କିଲୋମିଟର ଦୂରରେ ରହିଛି । କିନ୍ତୁ, ରାସ୍ତା ଭଲ ଥିବାରୁ ଯବାନ ୪୮ ଘଣ୍ଟା ମଧ୍ୟରେ ସୀମାରେ ପହଞ୍ଚି ପାରିବେ । ଚୀନର ଏଭଳି କାର୍ଯ୍ୟ ଉପରେ ଭାରତ ତୀକ୍ଷଣ ନଜର ରଖିଛି । ମିଳିଥିବା ସୂଚନା ଅନୁଯାୟୀ ତିବ୍ବତରେ କ୍ଷେତ୍ରରେ ଚୀନ୍ ସାଧାରଣତଃ ୨ ଡିଭିଜନ ଯବାନଙ୍କୁ ମୁତୟନ କରିଥାଏ । ଏବେ କିନ୍ତୁ ଅତିରିକ୍ତ ୨ ଡିଭିଜନ ପ୍ରସ୍ତୁତ ରଖିଛି ।

LAC-1200-3

ବିବାଦର ଶୀଘ୍ର ସମାଧାନ ପାଇଁ ୨ ପକ୍ଷରୁ ଲଗାତାର ଆଲୋଚନା ଜାରି ରହିଛି । ବିଶେଷଜ୍ଞଙ୍କ କହିବା କଥା ଏଭଳି ସ୍ଥିତି ଆଗାମୀ ସେପ୍ଟେମ୍ବର-ଅକ୍ଟୋବର ଯାଏଁ ଜାରି ରହିପାରେ । ଏହାପରେ ଥଣ୍ଡାର ପ୍ରକୋପ ବଢ଼ିବାକୁ ଥିବାରୁ ସେନା ପ୍ରତ୍ୟାହାର କରିପାରେ ଚୀନ । ଭାରତ-ଚୀନ ମଧ୍ୟରେ ଗତ ୬ ସପ୍ତାହ ହେଲା ବିବାଦର ସମାଧାନ ନେଇ କଥାବାର୍ତ୍ତା ଜାରି ରହିଛି । କିନ୍ତୁ, ଡ୍ରାଗନ୍ ପଛକୁ ହଟୁନାହିଁ ।

LAC-1200-3

ଗଲବାନ ପେଟ୍ରୋଲ ପଏଣ୍ଟ ୧୪ ବାଦ୍ ପ୍ୟାଙ୍ଗୋଗ୍ ନଦୀ କୂଳରେ ଓ ଫିଙ୍ଗର ଏରିଆରେ ଚୀନ ଯବାନଙ୍କ ସଂଖ୍ୟା ବଢ଼ାଉଛି । ଫିଙ୍ଗର ୮ ଅଞ୍ଚଳରେ ପ୍ରଶାସନିକ ବେସ୍ ତିଆରି ହେଉଛି । ଯେଉଁଠି ବଡ଼ ଯାନ ସହିତ ନାଆ ରଖାଯାଇଛି । ସୂତ୍ର କହୁଛି ଫିଙ୍ଗର ୮କୁ ସଂଯୋଗ କରୁଥିବା ରୋଡ୍ ସାହାଯ୍ୟରେ ଫିଙ୍ଗର ୪ ଯାଏଁ ଭାରତ ଅପେକ୍ଷା ସହଜରେ ପହଞ୍ଚି ପାରିବ ଚୀନ ।

India China Doklam

ଫିଙ୍ଗର ଏରିଆରେ ଚୀନ୍ ଗତ ଜୁନ୍ ୧୮ ଓ ୧୯ରେ ଯବାନ ସଂଖ୍ୟା ବୃଦ୍ଧି କରିଥିଲା । ସେତେବେଳେ ଚୀନର ୨୫୦୦ ଯବାନ ସେଠାରେ ପହଞ୍ଚିଥିଲେ ଯେତେବେଳେ କି ଭାରତର ୨୦୦ ଯବାନ ସେଠାରେ ମୁତୟନ ଥିଲେ । ପାଟ୍ରୋଲିଂ ବେଳେ ଭାରତୀୟ ଯବାନଙ୍କୁ ଚୀନ୍ ସେନା ରୋକିବାକୁ ଚେଷ୍ଟା କରୁଛି ।

China Military 1

ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନାକୁ ଦେଖି ମୌକା ଖୋଜୁଛି ପାକିସ୍ତାନ । ଏଲଓସିର ଗିଲଗିଟ୍-ବାଲୋଚିସ୍ତାନରେ ସେନାର ୨ ଡିଭିଜନକୁ ମୁତୟନ କରିଛି । ପାକିସ୍ତାନର ପାଖାପାଖି ୨୦ ହଜାର ସୈନିକ ଏଲଓସିରେ ମୁତୟନ ହୋଇଛନ୍ତି । ଏଭଳି କରି ଭାରତ ଉପରେ ଏକପ୍ରକାର ଚାପ ପ୍ରୟୋଗ ପାଇଁ ଉଦ୍ୟମ କରୁଛି ପାକିସ୍ତାନ । କୁହାଯାଉଛି ପାକିସ୍ତାନ ଚୀନର ଇସାରାରେ ଏଭଳି କରୁଛି ।

Leave a Reply