ଭାରତରେ ପ୍ରବେଶ କରି ପାରିବେ ନାହିଁ ଚୀନ୍ ନାଗରିକ,ଫ୍ଲାଇଟରୁ ଓହ୍ଲାଇବା ମନା

ନୂଆଦିଲ୍ଲୀ : କରୋନା ଭାଇରସ ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ସତର୍କତା ଅବଲମ୍ବନ କରୁଛି । ସରକାର ଏୟାର ବବଲ୍ ନୀତି କ୍ରମରେ ସମସ୍ତ ଅନ୍ତର୍ଜାତୀୟ ଏୟାରଲାଇନ୍ସଙ୍କୁ ଚୀନ୍ ଯାତ୍ରୀଙ୍କୁ ନିଜ ବିମାନରେ ନଆଣିବାକୁ ଆଦେଶ ଦେଇଛନ୍ତି । ଭାରତରେ ଅଟକୁ ଥିବା କୌଣସି ବିମାନରେ ଚୀନ ଯାତ୍ରୀଙ୍କୁ ନଆଣିବାକୁ କୁହାଯାଇଛି । ଅନୌପଚାରିକ ଭାବେ ଏୟାରଲାଇନ୍ସଙ୍କୁ ଏଭଳି ଭାରତ ପକ୍ଷରୁ କୁହାଯାଇଛି ।

China to evacuate its citizens facing 'difficulties' in India | India  News,The Indian Express
ସୂଚନାଯୋଗ୍ୟ ଯେ, ଭାରତ କରୋନାର ପ୍ରଥମ ଫେଜରେ ଚୀନରୁ ଆସୁଥିବା ସମସ୍ତ ଫ୍ଲାଇଟ୍ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ତେବେ ଯେଉଁ ଦେଶ ସହ ଏୟାର ବବଲ କ୍ରମରେ ବିମାନ ସେବା ଜାରି ଥିଲା ସେଠାରୁ ଚୀନ୍ ଯାତ୍ରୀ ଭାରତ ଆସି ପାରୁଥିଲେ । କିନ୍ତୁ ନୂଆ ଅନୌପଚାରିକ ଆଦେଶ ଦ୍ୱାରା ଚୀନ୍ ଯାତ୍ରୀଙ୍କ ଭାରତ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଚୀନ୍ ମଧ୍ୟ କରୋନା ସଂକଟକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ଚୀନ୍ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ଭାରତର ଏହି ନିଷ୍ପତ୍ତି ସେହି ସମୟରେ ଆସିଛି ଯେତେବେଳେ ଚୀନ୍ ସହିତ ସୀମା ବିବାଦରେ କୌଣସି ସମାଧାନ ହୋଇ ପାରିନାହିଁ । ଦୁଇ ଦେଶଙ୍କ ମଧ୍ୟରେ ଲମ୍ବା ସମୟ ଧରି ଦ୍ୱିପାକ୍ଷିକ ସମ୍ବନ୍ଧ ଅସହଜ ରହିଛି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିବା ପରଠାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ସେବାକୁ ନେଇ ଅନେକ ଦେଶର ସରକାର କଠୋର ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନ ଭାରତରେ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି କିନ୍ତୁ କିଛି ଦେଶ ସହିତ ଭାରତର ଏୟାର ବବଲ ଚୁକ୍ତି କ୍ରମରେ ବିମାନ ସେବା ଜାରି ରହିଛି । କରୋନାର ନୂଆ ଷ୍ଟ୍ରେନ୍ ଆସିବା ପରେ ଭାରତ ବ୍ରିଟେନରୁ ଆସୁଥିବା ଫ୍ଲାଇଟ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛି । ଅନ୍ୟପକ୍ଷରେ ୟୁରୋପର ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଚେକିଂକୁ କଡାକଡି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ: ବନ୍ଦ ରହିବ ହୋଟେଲ, ରେଷ୍ଟୁରାଣ୍ଟ

Leave a Reply