ସାବଧାନ ! କାଲିଠୁ ଭାରତ ଉପରେ ସାଇବର ଆଟାକ୍ କରିପାରେ ଚୀନ, ଆସିପାରେ ଏହି ନାମରେ ମେଲ୍

1 min read

ନୂଆଦିଲ୍ଲୀ: ସୀମାରେ ସଂଘର୍ଷ ପରେ ଆଉ ଏକ ଚାଲାକି କରୁଛି ଚୀନ୍ । ଭାରତ ଉପରେ ଚୀନ୍ ସାଇବର ଆଟାକ୍ ପାଇଁ ଯୋଜନା କରୁଛି । ମିଳିଥିବା ସୂଚନା ମୁତାବକ ଭାରତ ଉପରେ ଚୀନ୍ ଜୁନ୍ ୨୧ରୁ ସାଇବର୍ ଆଟାକ୍ କରିପାରେ । ଏହି ଆଟାକରେ ଆପଣଙ୍କ ପାଖକୁ cov2019.gov.inରୁ ଏକ ମେଲ୍ ଆସିପାରେ । ଏହି ମେଲର ସବଜେକ୍ଟ ବା ବିଷୟବସ୍ତୁ- ‘Free Covid 19 Test’ ରହିପାରେ ବୋଲି କୁହାଯାଉଛି ।

ଚୀନର ସାଇବର ଆଟାକରୁ ବର୍ତ୍ତିବା ପାଇଁ ଆସିଥିବା ମେଲ୍ କିମ୍ବା ଆଟାଚମେଣ୍ଟକୁ ଖୋଲନ୍ତୁ ନାହିଁ । କୁହାଯାଉଛି ପ୍ରାୟ ୨୦ ଲକ୍ଷ ଲୋକଙ୍କ ଇମେଲ ଟାର୍ଗେଟରେ ରହିଛି । ଘରୋଇ ଓ ଆର୍ଥିକ ସଂସ୍ଥାର ଇମେଲକୁ ଟାର୍ଗେଟ୍ କରିପାରନ୍ତି ଚୀନ ହ୍ୟାକର । କିଛିଦିନ ତଳେ ଚୀନ୍ ଅଷ୍ଟ୍ରେଲିଆ ଉପରେ ସାଇବର ଆକ୍ରମଣ କରିଥିଲା ।

ଗୁଇନ୍ଦା ଏଜେନ୍ସି ସାଇବର ଆଟାକ୍ ନେଇ ସୂଚନା ଦେବା ପରେ ତିନି ଚାରୋଟି ୱେବସାଇଟ୍ ଉପରେ ନଜର ରଖାଯାଇଛି । ସୂଚନା ମୁତାବକ, ଚୀନ୍ ହ୍ୟାକର ଏହି ସାଇବର ଆଟାକ୍ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ।

କଣ କହୁଛନ୍ତି ସାଇବର ଏକ୍ସପର୍ଟ ?

ସାଇବର ବିଶେଷଜ୍ଞ ପବନ ଦୁଗ୍ଗଲଙ୍କ ମତରେ ଚେତାବନୀକୁ ବର୍ତ୍ତମାନ ସ୍ଥିତିର ହାଲକା ଭାବେ ନେବା ଉଚିତ୍ ହେବନାହିଁ । ଯଦି ଆପଣଙ୍କୁ କୌଣସି ଅପରିଚିତ ମେସେଜ ଆସୁଛି ଓ କୁହାଯାଉଛି ଲିଙ୍କରେ କ୍ଲିକ୍ କରନ୍ତୁ । ଏପରି କରିବା ଅନୁଚିତ୍ । ଅପରିଚିତ ଠିକଣାରୁ ଆସୁଥିବା ମେଲ୍ କି ଆଟାଚମେଣ୍ଟ ଖୋଲନ୍ତୁ ନାହିଁ । କରୋନା ଯୋଗୁଁ ସାଇବର କ୍ରାଇମ୍ ବଢ଼ିଥିବା ବେଳେ ଏବେ ଜାଗ୍ରତ ହେବାର ସମୟ ଆସିଛି ।

 

Leave a Reply