ବେକ ସିଧା ରଖିବା ପାଇଁ ଚୀନ ସୈନିକଙ୍କ ସାର୍ଟ କଲରରେ ଲଗାଇ ଦିଆଯାଏ ମୁନିଆ ପିନ୍ !

ସବୁ ଦେଶର ସେନା ଓ ଅର୍ଧସାମରିକ ବଳଙ୍କୁ କଠିନରୁ କଠିନତମ ସ୍ଥିତି ପାଇଁ ପ୍ରସ୍ତୁତ କରାଯାଇଥାଏ । ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ ।  ପ୍ୟାରେଡ୍ କରିବା ବେଳେ ଯେମିତି ସବୁ ସୈନିକଙ୍କ ହାତଗୋଡ ଯେପରି ଗୋଟିଏ ସମୟରେ ଉଠିବ ସେଥିଲାଗି ସୈନିକଙ୍କୁ ଟ୍ରେନିଂ ଦିଆଯାଇଥାଏ । ସୈନିକଙ୍କ ପ୍ୟାରେଡରୁ ସେମାନଙ୍କ ଅନୁଶାସନର ଅନ୍ଦାଜା ହୋଇଥାଏ । ଏହାକୁ ପକ୍କା କରିବା ପାଇଁ ଚୀନ ଗୋଟିଏ ଅଲଗା ଉପାୟ ବାହାର କରିଛି । ଚୀନ୍ ନିଜ ଅର୍ଧସାମରିକ ବଳର ସୈନିକଙ୍କ ଡ୍ରେସର କଲର ତଳେ ମୁନିଆଁ ପିନ୍ ଲଗାଇଥାଏ । ଫଳରେ ଯଦି ଜଣେ ସୈନିକ ବେକ ଟିକିଏ ବି ତଳକୁ କରନ୍ତି ତେବେ ପିନ୍ ତାଙ୍କ ବେକରେ କେଂଚି ହୋଇଯାଇଥାଏ । ଏହି କାରଣରୁ ସୈନିକ ସବୁବେଳେ ନିଜ ବେକକୁ ସିଧା ରଖିଥାନ୍ତି । ଧିରେ ଧିରେ ଏହା ସୈନିକଙ୍କ ଅଭ୍ୟାସର ପରିଣତ ହୋଇଯାଇଥାଏ । ଚୀନରେ ସୈନିକଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଏଭଳି ଆହୁରି କିଛି ଅଜବ ଓ କ୍ରୁର ଉପାୟ ଅବଲମ୍ବନ କରାଯାଇଥାଏ ।

china soldier

ଚୀନର ଅର୍ଧସାମରିକ ବଳ ଦେଶ ଭିତରେ ଦଙ୍ଗା ଭଳି ସ୍ଥିତିର ମୁକାବିଲା କରିଥାନ୍ତି । ଯୁଦ୍ଧ ସମୟରେ ଏହା ଚୀନ ସେନାକୁ ସାହାଯ୍ୟ କରିଥାଏ । ତେଣୁ ଅର୍ଧସାମରିକ ବଳକୁ କଠିନ ଟ୍ରେନିଂ ଦେଇ ଯିବାକୁ ପଡିଥାଏ । ଚୀନରେ ବର୍ତ୍ତମାନ ୧୫ ଲକ୍ଷ ଅର୍ଧସାମରିକ ବଳ ରହିଛନ୍ତି । ଏହି ବଳର ସୈନିକଙ୍କୁ ଟ୍ରେନିଂ ଦେବା ବେଳେ ସେମାନଙ୍କ ସାର୍ଟ କଲରରେ ଦୁଇ ପଟେ ପିନ୍ ଲଗାଇ ଦିଆଯାଏ । ଯେମିତି ସେମାନେ କେବେ ମଧ୍ୟ ବେକ ତଳକୁ କରିବେ ନାହିଁ ।

ଟ୍ରେନିଂ ଆରମ୍ଭ କାଳରେ ସୈନିକଙ୍କ ବେକ ଅଧିକାଂଶ ସମୟ ତଳକୁ ହୋଇଯାଇଥାଏ । କିନ୍ତୁ ପିନ୍ ଲଗାଇବା ଦ୍ୱାରା ସେମାନଙ୍କୁ ଟିକେ ଅଧିକ ସତର୍କ ରହିବାକୁ ପଡିଥାଏ । ଏହିକାରଣରୁ ଚୀନ୍ ଅର୍ଧସାମରିକ ବଳ ପ୍ରାୟ ସବୁ ଯବାନଙ୍କ ବେକ ଟ୍ରେନିଂ କାଳରେ ଖଣ୍ଡିଆ ହୋଇଥାଏ । ଅନେକ ସମୟରେ ସମସ୍ତଙ୍କ ବେକ ସମାନ ଉଚ୍ଚତାରେ ରଖିବା ପାଇଁ ଯବାନଙ୍କ ବେକ ମଝିରେ ତାସ୍ ପତ୍ତା ରଖାଯାଏ । ସେମାନଙ୍କୁ ଏହି ପତ୍ତା ତଳକୁ ନଖସାଇ ପ୍ୟାରେଡ୍ କରିବାକୁ ପଡେ ।
china soldier helmet

ସେହିଭଳି ଆରମ୍ଭରେ ସୈନିକଙ୍କ ମୁଣ୍ଡରେ ହେଲମେଟ୍ ଓଲଟା ପିନ୍ଧିବାକୁ କୁହାଯାଏ । ଓଲଟା ହେଲମେଟ୍ ପିନ୍ଧି ସେମାନଙ୍କୁ ପ୍ୟାରେଡ୍ କରିବାକୁ ପଡିଥାଏ । ଯଦି କୌଣସି ସୈନିକଙ୍କ ହେଲମେଟ୍ ତଳେ ପଡିଯାଏ ତେବେ ତାଙ୍କୁ ଦଣ୍ଡ ମିଳିଥାଏ । ଦଣ୍ଡ ଭାବେ ସୈନିକଙ୍କୁ ଭାରି ଓଜନ ନେଇ ଦୌଡିବାକୁ ପଡିଥାଏ । ଯେଉଁ ସୈନିକ ସିଧା ଛିଡା ହୁଅନ୍ତି ନାହିଁ ସେମାନଙ୍କ ପିଠିରେ କାଠର କ୍ରସ୍ ବାନ୍ଧି ଦିଆଯାଏ ,ଯେମିତିକି ସେମାନ ପିଠି ନନୁଆଁଇ ସିଧା ଚାଲିବେ ।

Leave a Reply