ଜୀବନ ଜୀବିକା ସୁରକ୍ଷା ପାଇଁ ୧୭ କୋଟି ଟଙ୍କା, ଇ-ମାର୍କେଟରେ ବିକ୍ରି ହେବ ଆଖୁ

1 min read

ଭୁବନେଶ୍ୱର: ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ରାଜ୍ୟରେ ପର୍ଯ୍ୟଟନ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ପର୍ଯ୍ୟଟନ ବିଭାଗର ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ଇଡକୋ ଜମି ଯୋଗାଇବ । ସେହିଭଳି ଅଣ୍ଡର ଗ୍ରାଜୁଏଟ କୋର୍ସକୁ ମିଳିବ ଫ୍ରଫେସନାଲ କୋର୍ଷର ମାନ୍ୟତା । ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ଯୋଜନାରେ ଅଙ୍ଗନୱାଡ଼ି ପିଲାଙ୍କୁ ସହାୟତା ମିଳିବ । ପରିଧାନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରି-ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଆଗରୁ କେବଳ ୨ ହଳ ୟୁନିଫର୍ମ ମିଳୁଥିବା ବେଳେ ଏବେ ସୁ ଏବଂ ସକ୍ସ ୨୦୧୯-୨୦ ବର୍ଷ ପାଇଁ ଏବଂ ୨୦-୨୧ ବର୍ଷ ପାଇଁ ଗୋଟିଏଥରରେ ଦିଆଯିବ । ଏଥିପାଇଁ ରାଜ୍ୟ ପାଣ୍ଠିରୁ ବ୍ୟୟବରାଦ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଆସ୍କା କୋ-ଅପରେଟିଭ ସୁଗାର ଇଣ୍ଡଷ୍ଟ୍ରି ୧୫ କୋଟି ଟଙ୍କାର ଷ୍ଟେଟ ଗଭରମେଣ୍ଟ ଗ୍ୟାରେଣ୍ଟି ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଥିଲା । ଯାହାକୁ କ୍ୟାବିନେଟରେ ସ୍ୱୀକୃତି ମିଳିଛି । ଆସ୍କା କୋ-ଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ ଏହି ଲୋନକୁ ପାସ୍ କରିଛି । ଆଜି ଏହାକୁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱୀକୃତି ମିଳିଛି । କମ୍ପାନୀକୁ ଆଖୁ ବିକିଥିବା ଚାଷୀ ତାଙ୍କ ଟଙ୍କା ପାଇପାରିବେ । ସେହିଭଳି ଇ-ମାର୍କେଟ ଜରିଆରେ ଚାଷୀ ଆଖୁ ବିକି ପାରିବେ । ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନ କରାଯାଇଛି । ପେଟ୍ରୋଲ ଓ ଡିଜେଲରେ ଭାଟ୍‌ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଯାହାଫଳରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି କରାଯାଇ ପାରିବ । ଓରେଡା ଶକ୍ତି ବିଭାଗ ଅଧିନକୁ ଅଣାଯାଇଛି । ସବୁ ସୋସାଇଟି ଆକ୍ଟରେ ପରିବର୍ତ୍ତନକୁ ମଞ୍ଜୁରୀ ମିଳିଛି । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ସବୁ ସୋସାଇଟି । ୩ ମାସରେ ୧୧୫ ଘଣ୍ଟା ଓଟି କରିପାରିବେ କର୍ମଚାରୀ । ମହିଳା କର୍ମଚାରୀ ରାତିରେ କାମ କରିପାରିବେ । କମ୍ପାନୀ ମହିଳା କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବ । ବାଲେଶ୍ୱରରେ ଏନଡିଆରଏଫ୍‌କୁ ବିନା କୌଣସି ପ୍ରିମିୟମରେ ୩.୫ ଏକର ଜମି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଜୀବନ ଜୀବିକା ସୁରକ୍ଷା ପାଇଁ ୧୭ କୋଟି ଟଙ୍କା ଖର୍ଚ୍ଚ ହେବ ।

କ୍ୟାବିନେଟ୍‌ ବୈଠକରେ ୨୨ଟି ପ୍ରସ୍ତାବରେ ଲାଗିଲା ମୋହର

ଅନ୍ୟପଟେ ମନ୍ତ୍ରୀ ପରିଷଦ ବୈଠକରେ କୋଭିଡ-୧୯ ଉପରେ ଆସିଥିବା ପ୍ରସ୍ତାବ ପାରିତ ହୋଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଣିଥିବା ପ୍ରସ୍ତାବକୁ ବୈଠକରେ ଅନୁମୋଦିତ କରାଯାଇଛିଷ । ଆଗାମୀ ଦିନରେ କରୋନା ମୁକାବିଲା ପାଇଁ ଆହ୍ଵାନ ବୈଠକରେ ଆହ୍ୱାନ ଦିଆଯାଇଛି । ୪ ହଜାର ପାନ ଚାଷୀଙ୍କୁ ୧୬ କୋଟି ସହାୟତା ଦିଆଯାଇଛି । ରାଜସ୍ୱ ବିଭାଗ ଅଧିନରେ କାମ କରିବେ OAS ଅଧିକାରୀ । ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ । ଧାମରାରେ ଟେକ୍ସଷ୍ଟାଇଲ ପାର୍କ । ୪୦ହଜାର ପ୍ରବାସୀଙ୍କ ପାଇଁ ୧୪୦ କୋଟି ଖର୍ଚ୍ଚ ହେବ । ଓଡ଼ିଶା ମେଡିକାଲ ପାର୍କରେ ୧୬ ହଜାର ନିଯୁକ୍ତି ଦିଆଯିବ । ୧ହଜାର ଏକର ଜମିରେ ନିର୍ମାଣ ହେବ ପାର୍କ ।

Leave a Reply