ପିଲାଙ୍କୁ ଦେଲେ ଚକ୍‌ଲେଟ୍‌, ଉଠାଇଲେ ଫଟୋ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କ ଗହଣରେ ଶିଶୁ ଦିବସ କଟେଇଛନ୍ତି । ସକାଳେ ନବୀନ ନିବାସରେ ପୋଖରୀପୁଟ ଡିଏଭି ସ୍କୁଲର ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶିଶୁ ଦିବସରେ ଶୁଭେଚ୍ଛା ଜଣାଇବା ସହ ଅଫିସ୍‌ ଯିବା ପୂର୍ବରୁ ପିଲାଙ୍କ ସହ କିଛି ସମୟ କାଟିଥିଲେ । ପରେ ସନ୍ଧ୍ୟାରେ ଦି ଓ୍ୱିସ୍‌ଡମ୍‌ ଟ୍ରି ଗ୍ଳୋବାଲ୍‌ ସ୍କୁଲର ପିଲାମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ବେଶ୍‌ କିଛି ସମୟ ହସଖୁସିରେ କଟାଇଥିଲେ । ପରେ ମୁଖ୍ୟମନ୍ତ୍ରୀ ସ୍କୁଲ୍‌ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଉଥିବା ‘ମିଶନ୍‌ ପଲାଶ’ର ପୋଷ୍ଟର ଉନ୍ମୋଚନ କରିଥିଲେ । ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପଲାଶ ଚାରା ମଧ୍ୟ ଉପହାର ଦେଇଥିଲେ । ମିଶନ୍‌ ପଲାଶ କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ବ୍ୟାପକ ପଲାଶ ଗଛ ଲଗାଯିବା ପାଇଁ କାର୍ଯ୍ୟକ୍ରମ ରହିଛି । ')}

Leave a Reply