କରୋନା ଭାଇରସ୍ ନେଲା ଆଉ ଜଣେ ବିଧାୟକଙ୍କ ଜୀବନ

1 min read

ଫାଲଟା: କୋଲକାତାରେ ଶାସକ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ, ୬୦ବର୍ଷ ବୟସ୍କା ବିଧାୟକ କରୋନା ପଜିଟିଭ୍ ଥିଲେ ଏବଂ ଏବେ ତାଙ୍କର ମୃତ୍ୟୁ ହୋଇଛି । ଘୋଷ ରାଜ୍ୟର ଫାଲଟା ବିଧାନସଭା ଆସନରୁ ତିନିଥର ବିଧାୟକ ଥିଲେ । ଘୋଷଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରିଛନ୍ତି ।

ଟ୍ୱିଟରେ ସେ ଲେଖିଛନ୍ତି- ‘ମୁଁ ବହୁତ ଦୁଃଖିତ। ୧୯୯୮ ପରଠାରୁ ଦଳର ଜଣେ ଦକ୍ଷ ତଥା ତିନିଥର ବିଧାୟକ ତମୋନାଶ ଘୋଷ ଆଜି ଆମକୁ ଛାଡି ଚାଲିଯାଇଛନ୍ତି । ସେ ଆମ ସହିତ ୩୫ ବର୍ଷ କାର୍ଯ୍ୟ କରିଛନ୍ତି । ସେ ଦଳ ତଥା ଜନସାଧାରଣଙ୍କ ପ୍ରତି ଅତ୍ୟନ୍ତ ଉତ୍ସର୍ଗୀକୃତ ଥିଲେ । ଏବଂ ସେ ସାମାଜିକ କାର୍ଯ୍ୟରେ ବହୁତ ସହଯୋଗ କରିଥିଲେ  । ତାଙ୍କ ଶୂନ୍ୟସ୍ଥାନକୁ କେହି ବି ପୂରଣ କରିବା କଷ୍ଟକର । ଆମେ ସମସ୍ତେ ତାଙ୍କ ପ୍ରିୟଜନ, ପତ୍ନୀ, ଦୁଇ ଝିଅ ଏବଂ ସାଙ୍ଗମାନଙ୍କ ପ୍ରତି ଆମର ହୃଦୟରୁ ସମବେଦନା ଜଣାଉଛୁ ।’

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୧୪ହଜାର ପାର୍

ଆପଣଙ୍କୁ କହିରଖୁଛୁ ଯେ ମଙ୍ଗଳବାର ଦିନ ରାଜ୍ୟରେ କୋଭିଡ -୧୯ ହେତୁ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଏବଂ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୮୦ରେ ପହଞ୍ଚିଥିବାବେଳେ ୩୭୦ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୪,୭୨୮ରେ ପହଞ୍ଚିଛି। । କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଥିବା ୧୧ଜଣ ରୋଗୀଙ୍କ ମଧ୍ୟରୁ ନଅ ଜଣଙ୍କର ଅନ୍ୟାନ୍ୟ ରୋଗ ହୋଇଥିଲା ।

Leave a Reply