‘ମହଲା କ୍ଲାସ’ ପାଇଁ ଚର୍ଚ୍ଚାରେ ସିନେମା ବାଲା ବାବୁ, ମୋଟର ସାଇକେଲରେ ଚାଲିଛି କ୍ଲାସ

2 min read

ଛତିଶଗଡ଼: ଗତ ମାର୍ଚ୍ଚ ମାସ ଠାରୁ ଲକଡାଉନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହାକୁ ନଜରରେ ରଖି ଅନଲାଇନ କ୍ଲାସ ଆରମ୍ଭ ହୋଇଛି । ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିଛି । ଏବେ ସାମାଜିକ ଦୂରତାକୁ ନଜରରେ ରଖି ନୂଆ ଗାଇଡଲାଇନ ସହିତ ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି ଜାରି ରହିଛି । ଏଭଳି ପରିସ୍ଥିତିରେ ଛତିଶଗଡ଼ର କୋରିୟା ଜିଲ୍ଲାରେ ଶିକ୍ଷକ ଅଶୋକ ଲୋଧି ପିଲାଙ୍କୁ ପଢାଇବାର ଏକ ନିଆରା ପ୍ରୟାସ ଆପଣାଇଛନ୍ତି । ସେ ‘ମହଲା କ୍ଲାସ’ ଆରମ୍ଭ କରିଛନ୍ତି । ତେବେ ସାହି ମାନଙ୍କରେ ବୁଲି ବୁଲି ସେ ପିଲାଙ୍କୁ ପାଠ ପଢାଉଛନ୍ତି । ମୋଟର ସାଇକେଲରେ ଏକ ଟିଭି ଲଗାଇ ସେଥିରେ ପିଲା ମାନଙ୍କୁ ପାଠ ପଢାଉଛନ୍ତି ଉକ୍ତ ଶିକ୍ଷକ । ଟିଭି ସହିତ ସ୍ପିକର ସାଙ୍ଗରେ ନେଇ ବୁଲୁଛନ୍ତି ଅଶୋକ ।  ପଢା ସହିତ ପିଲାମାନେ କାର୍ଟୁନ ମଧ୍ୟ ଦେଖୁଛନ୍ତି ।

ଏହି କ୍ଲାସ ପାଇଁ ଅଶୋକ ଲୋଧି ସିନେମା ବାଲା ବାବୁ ନାମରେ ପରିଚିତ ହୋଇ ସାରିଛନ୍ତି । ତେବେ ନିଜର ଏଭଳି ନିଆରା ସ୍କୁଲ ପାଇଁ କିଛି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁନାହିଁ ବୋଲି ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଅଶୋକ । ତେବେ ସେ ସାଙ୍ଗରେ ନେଉଥିବା ଟିଭିଟି ସ୍କୁଲର ଏବଂ ତାହାକୁ ଭିନ୍ନ ଭିନ୍ନ ସ୍ଥାନକୁ ନେଇ କ୍ଲାସ କରିବା ତାଙ୍କ କର୍ତ୍ତବ୍ୟରେ ସାମିଲ ଅଛି ବୋଲି ସେ କହିଛନ୍ତି ।

Leave a Reply