KXIPକୁ ୧୦ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍‌ସ

ନୂଆଦିଲ୍ଲୀ: କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବକୁ ୧୦ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍‌ସ । ପଞ୍ଜାବ ପକ୍ଷରୁ ଦିଆଯାଇଥିବା ୧୭୯ ବିଜୟ ଲକ୍ଷକୁ ଧୋନି ବାହିନୀ ସହଜରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଡୁପ୍ଲେସିସ୍‌ ଓ ସେନ୍‌ ଓ୍ୱାଟ୍‌ସନ୍‌ ହିଁ ବିଜୟର ମୁଣ୍ଡି ମାରିଥିଲେ । ଡୁପ୍ଲେସିସ୍‌ ୫୩ ବଲ୍‌ରେ ୮୭ ରନ୍‌ର ଧୁଆଁଧାର ପାରି ଖେଳିଥିଲେ । ଏଥିରେ ୧୧ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । ସେହିପରି ସେନ୍‌ ଓ୍ୱାଟ୍‌ସନ୍‌ ସମାନ ସଂଖ୍ୟକ ବଲ୍‌ରୁ ୮୩ ରନ୍‌ ଯୋଡ଼ିଥିଲେ । ଏଥିରେ ୧୧ ଚୌକା ଓ ୩ ଛକା ସାମିଲ ଥିଲା ।

ଏହି ପରାଜୟ ପରେ ପଞ୍ଜାବ ଟେବୁଲର ନିମ୍ନକୁ ଖସି ଆସିଛି । ସେହିପରି ଏହି ବିଜୟ ସହ ଚେନ୍ନାଇ ଦୁଇଟି ସ୍ଥାନ ଉପରକୁ ଯାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି । ମୁମ୍ବାଇ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ବେଳେ ଦିଲ୍ଲୀ ଦ୍ୱିତୀୟ, ବାଙ୍ଗାଲୋର ତୃତୀୟ ଏବଂ କଲିକତା ଚତୁର୍ଥ ସ୍ଥାନରେ ରହିଛି ।

ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପକ୍ଷରୁ କେଏଲ୍‌ ରାହୁଲ ୬୩, ମୟଙ୍କ ଅଗ୍ରଓ୍ୱାଲ ୨୬, ପୁରନ୍‌ ୩୩ ରନ୍‌ କରିଥିଲେ । ସେହିପରୀି ମନ୍‌ଦୀପ ସିଂହ ୨୭, ମାକ୍ସଓ୍ୱେଲ୍‌ ୧୧, ଏସ୍‌ ଏନ୍‌ ଖାନ୍‌ ୧୪ କରି ପ୍ୟାଭିଲିୟନ୍‌ ଫେରିଥିଲେ ।

ଚେନ୍ନାଇ ପକ୍ଷରୁ ଏସନ୍‌ ଠାକୁର ୨ଟି ଏବଂ ଜାଡେଜା ଓ ଚାଓ୍ୱଲା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

Leave a Reply