ସୁସ୍ଥ ରହିବା ପାଇଁ ପେଟରେ ଦିଆଯାଉଛି ଚେଙ୍କ !

ଗଜପତି: ଆଧୁନିକ ଯୁଗରେ ବି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସ । ଶିଶୁମାନେ ସୁସ୍ଥ ରହିବା ପାଇଁ ପେଟରେ ଦିଆଯାଉଛି ଚେଙ୍କ । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଆଖଡ଼ାସାହି ଗାଁରେ ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ଗାଁର ଛୋଟପିଲାଙ୍କୁ  ହିନ ନାୟକ ନାମକ ଜଣେ ବ୍ୟକ୍ତି ଚେଙ୍କ ଦେଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ପିଲାଙ୍କ ବାପା, ମା’ ମଧ୍ୟ ସହଯୋଗ କରୁଛନ୍ତି ।

ପ୍ରତିବର୍ଷ ମକର ସଂକ୍ରାନ୍ତି ବେଳେ ଏହି ଚେଙ୍କ ଦେବା ଆରମ୍ଭ ହୋଇଥାଏ । ଏହା ବର୍ଷ ତମାମ ଜାରି ରହିଥାଏ ବୋଲି ଜଣାପଡିଛି । ତେବେ ପିଲାମାନଙ୍କ ପେଟ ଶରୀର ଠାରୁ ସାମାନ୍ୟ ପଡ଼ଥିଲେ ଏହି ଚେଙ୍କ ଦିଆଯାଇଥାଏ । ତେବେ ଅନେକ ସମୟରେ ଶିଶୁ ଚେଙ୍କ ନେବା ପରେ ଗୁରୁତର ହୋଇପଡୁଥିବା, ଏପରିକି ପ୍ରାଣ ହରାଉଥିବାର ନଜିର ମଧ୍ୟ ରହିଛି  ।

ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ସରକାରୀ ବ୍ୟବସ୍ଥା ଥିବା ବେଳେ ଗାଁଗୁଡ଼ିକରେ ଚେଙ୍କ ଦେବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଚେତନତାର ଅଭାବ ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକ ଚେଙ୍କ ଚିକିତ୍ସା କରୁଛନ୍ତି  ।

Leave a Reply