ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ୮ ମୃତ, ପ୍ରାୟ ୫ ହଜାର ଲୋକ ଅସୁସ୍ଥ

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ କେ ଆରଏସ୍ ଭେଙ୍କଟାପୁରମ୍ ଠାରେ ଥିବା ଏଲଜି ପଲିମର ଇଣ୍ଡଷ୍ଟ୍ରିର ଏକ ଫାର୍ମା କମ୍ପାନୀରେ ରାସାୟନିକ ଗ୍ୟାସ୍ ଲିକ୍ ହୋଇଛି । ଏହା ପରେ ସମଗ୍ର ସହରରେ ଭୟର ବାତାବରଣ ଦେଖାଦେଇଛି | ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ଆସିନାହିଁ। ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ନିକଟ ଗ୍ରାମଗୁଡିକୁ ସ୍ଥାନାନ୍ତର କରିଛନ୍ତି ।

ଘଟଣାସ୍ଥଳରେ ପରିସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ଏମିତିକି ଲୋକମାନେ ଅଚେତ ହୋଇ ରାସ୍ତା ଉପରେ ପଡ଼ିଯାଉଥିବା ଚିତ୍ର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଆର.ଆର ଭେଙ୍କଟାପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି। ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି | ଏହି ସମୟରେ ପାଞ୍ଚଟି ଗାଁକୁ ସ୍ଥାନାନ୍ତର କରାଯାଇଛି। ଶତାଧିକ ଲୋକ ମୁଣ୍ଡବିନ୍ଧା, ବାନ୍ତି ଏବଂ ଶ୍ୱାସ ନେବାରେ ଅସୁବିଧା ସହିତ ହସ୍ପିଟାଲରେ ପହଞ୍ଚିଛନ୍ତି | ତେବେ ଗ୍ୟାସ ଲିକ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ସମ୍ପ୍ରତି ବିଶାଖାପାଟନମ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଭି. ବିନୟ ଚାନ୍ଦ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେ କହିଛନ୍ତି ଯେ ଦୁଇ ଘଣ୍ଟା ମଧ୍ୟରେ ଏହି ଅବସ୍ଥା ନିୟନ୍ତ୍ରଣକୁ ନିଆଯାଇଥିଲା । କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କୁ ଅମ୍ଳଜାନ ସହାୟତା ଦିଆଯାଉଛି ।

Leave a Reply