ଇଣ୍ଡିଆନ ଆଇଡଲରେ ଓଡ଼ିଆ ଝିଅ ଚେଲ୍‌ସିଙ୍କ କମାଲ

1 min read

ଇଣ୍ଡିଆନ୍‌ ଆଇଡଲରେ ଓଡିଆ ଝିଅଙ୍କ କମାଲ  । ଟପ୍‌ ୧୫ରେ ହୋଇଛି ଡାଇରେକ୍ଟ ଏଣ୍ଟ୍ରି । ଓଡିଆ ଝିଅ ଚେଲ୍‌ସି ବେହୁରା ଇଣ୍ଡିଆନ୍‌ ଆଇଡଲର ଟପ୧୫ରେ ପହଞ୍ଚିଛନ୍ତି । ସବୁ ଦର୍ଶକଙ୍କ ଠାରୁ ମେଣ୍ଟର ସମସ୍ତଙ୍କୁ ମତୁଆଲା କରିଛନ୍ତି ତାଙ୍କ ସୁରିଲା ଭଏସରେ । ଅଡିସନ ରାଉଣ୍ଡରେ ଇସକଜାଦେ ଫିଲ୍ମର ମେ ପରେସାନ ଗିତ ଗାଇ ପାଇଛନ୍ତି ଗୋଲ୍ଡ ମାଇକ୍‌ ।  ଯେଉଁଥିପାଇଁ ତାଙ୍କୁ ମଳିଛି ଟପ୍‌ ୧୫ କୁ ଡାଇରେକ୍ଟ ଏଣ୍ଟ୍ରି ।

ଚେଲ୍‌ସିଙ୍କ  ଜନ୍ମ କଟକ ଜିଲ୍ଲା ଶିଖରପୁର ଅଞ୍ଚଳରେ । ଚେଲ୍‌ସି ବେହୁରା ରାଇଜିଙ୍ଗ ସ୍ଟାର ଓ ଇଣ୍ଡିଆନ୍‌ ଆଇଡଲ୍ ଜୁନିଅର ଭଳି ରିଆଲିଟି ସୋରେ ନିଜର ଛାପ ଛାଡିଛନ୍ତି । ଏବେ ଚେଲ୍‌ସି ସୋନି ଟିଭିରେ ପ୍ରସାରିତ ହେଉଥିବା ଇଣ୍ଡିଆନ ଆଇଡଲ୍-୧୧ ରେ ନିଜ ସୁରିଲା ଅନ୍ଦାଜ ପାଇଁ ବେଶ ଚର୍ଚିତ ହୋଇପାରିଛନ୍ତି । ୧୬ ବର୍ଷିୟ ଓଡିଆ ଝିଅ ଏବେ ଚୂଡାନ୍ତ ୧୫ ତାଲିକାରେ ସ୍ଥାନ ପାଇ ଜିତିବା ପାଇଁ ଆଶା ବାଢ଼ିଛନ୍ତି ।

ପିଲାବେଳୁ ନିଜ ବାପା ସୁଧାଂସୁ ବେହୁରାଙ୍କୁ ହରେଇଛନ୍ତି ଚେଲ୍‌ସି । ସେବେଠାରୁ ମା ରେଖାଙ୍କ କଠିନ ପରିଶ୍ରମ ପାଇଁ ସଫଳତା ମିଳିପାରିଛି ବୋଲି ଶ୍ରେୟ ଦେଇଛନ୍ତି  । ଭବିଷ୍ୟତରେ ଏକ ସଫଳ ଗାୟକ ହୋଇ ନିଜ ବାପାଙ୍କର ଅଧୂରା ସ୍ୱପ୍ନକୁ ସତ କରିବେ ବୋଳି ଚେଲ୍‌ସି ପ୍ରଗାଡ଼ ବିଶ୍ୱାସ ରହିଛି । ')}

Leave a Reply