ବଦନାମ କରିବାକୁ ଷଡ଼ଯନ୍ତ୍ର ନୁହେଁ ତ ?

1 min read

ବେଙ୍ଗାଲୁର: ପୁଣି ଚର୍ଚ୍ଚାରେ OYO । ଏଥର ଚର୍ଚ୍ଚା ନିଜ ମାଲିକଙ୍କ ବ୍ୟବସାୟ ପାରଦର୍ଶିତା ପାଇଁ ନୁହେଁ, ବରଂ ଏକ ବଡ଼ ଠକେଇ ଅଭିଯୋଗ ପାଇଁ । ଏନେଇ OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା ରୁଜୁ କରିଛି ବେଙ୍ଗାଲୁର ପୋଲିସ । ଆଇପିସିର ସେକ୍ସନ ୪୨୦ ଓ ୧୨୦ରେ ଦାୟର ହୋଇଛି ମାମଲା । ଯାହା ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅନ୍ତର୍ଭୁକ୍ତ । ବେଙ୍ଗାଲୁରର ଜଣେ ହୋଟେଲ ମାଲିକ ବେଟ୍‌ଜ ଫର୍ଣ୍ଣାଣ୍ଡିଜ୍ ରିତେଶଙ୍କ ନାଁରେ ୩୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି । ହୋଟେଲ ରକ୍ସେଲ ଇନ୍‌ର ଏହି ମାଲିକ ରିତେଶଙ୍କ ବ୍ୟତୀତ OYO ସାଉଥ୍‌ ମୁଖ୍ୟ ରୋହିତ ଶ୍ରୀବାସ୍ତବ, ବିଜିନେସ ଡେଭଲପମେଣ୍ଟ ମ୍ୟାନେଜର ମାଧବେନ୍ଦ୍ର କୁମାର ଓ ଗୌରବ ଦେ, ଫାଇନାନ୍ସ ଅଫିସର୍‌ ପ୍ରତୀକ ଅଗ୍ରଓ୍ବାଲ, ମନଜିତ୍‌ ସିଂ, ମ୍ରିମୋନୀ ଚକ୍ରବର୍ତ୍ତୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛନ୍ତି । ମାସିକ ୭ଲକ୍ଷ ଏଗ୍ରିମେଣ୍ଟରେ OYO ତାଙ୍କୁ ୫ ମାସ ହେଲା ଟଙ୍କା ଠକୁଥିବା ଅଭିଯୋଗ କରିଛନ୍ତି ଏହି ହୋଟେଲିୟର ।

Ritesh AgrawalOYO ସଫେଇ

ସେପଟେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛି OYO । ତାଙ୍କର ବ୍ୟବସାୟିକ ଛବି ଖରାପ କରିବା ଓ ଚର୍ଚ୍ଚାକୁ ଆସିବା ପାଇଁ ଏଭଳି ଅଭିଯୋଗ ହୋଇଥିବା ସଫେଇ ଦେଇଛି । ଏନେଇ ପାଲଟା ମାନହାନୀ ମାମଲା ରୁଜୁ କରିବାକୁ ଓୟୋ ପ୍ରସ୍ତୁତ ହେଉଥିବା ସଫେଇ ଦେଇଛି । ଗତ ସେପ୍ଟେମ୍ବରରେ OYO ବିରୋଧରେ ମଧ୍ୟ ଏକ ସମାନ ଧରଣର ଅଭିଯୋଗ ଆସିଥିଲା । ଯେଉଁଥିରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ OYO ସପକ୍ଷରେ ଯାଇଥିଲା । ତେଣୁ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରହିଛି ଏହି ବ୍ୟବସାୟିକ ଅନୁଷ୍ଠାନ । ')}

Leave a Reply