ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ, ଭାରତରେ କେମିତି ରହିବ ପ୍ରଭାବ

1 min read

ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖ ତଥା କାର୍ତ୍ତିକ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ଚନ୍ଦ୍ରଗ୍ରହଣ ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ ।

ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ କେଉଁଠାରେ ଦେଖାଯିବ ଏବଂ ଭାରତରେ ଏହାର କ’ଣ ପ୍ରଭାବ ପଡିବ?

ଚନ୍ଦ୍ର ଗ୍ରହଣର ସମୟ- ନଭେମ୍ବର ୩୦ ତାରିଖ ଦିନ ଏହି ଚନ୍ଦ୍ର ଗ୍ରହଣ ଅପରାହ୍ନ ୧ଟା ୦୪ମି. ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୨ମି.ରେ ସରିବ। ଜ୍ୟାେତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିରେ ରୋହିନୀ ନକ୍ଷତ୍ର ଏବଂ ବୃଷ ରାଶିରେ ରହିବ ।

କେଉଁଠାରେ ଦେଖାଯିବ ଚନ୍ଦ୍ରଗ୍ରହଣ- ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ଅଂଶରେ ଦେଖାଯିବ । ହେଲେ ଏହା ଭାରତରେ ଦେଖାଯିବ ନାହିଁ ।

ଭାରତ ଉପରେ ଏହାର କି ପ୍ରଭାବ ପଡିବ- ଏହି ଚନ୍ଦ୍ର ଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ରଗ୍ରହଣ, ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଜ୍ୟାେତିଷ ଶାସ୍ତ୍ରରେ ଉପଛାୟାକୁ ଚନ୍ଦ୍ର ଗ୍ରହଣ ରୂପେ ବିବେଚନା କରାଯାଏ ନାହିଁ। ତେଣୁକରି ଏଥିପାଇଁ କୌଣସି ପ୍ରକାରର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ । ତଥାପି ଦେଶରେ ନକ୍ଷତ୍ର ଏବଂ ରାଶିର ଉପରେ ଏହାର ଚଳନ ହେତୁ ଜାତକ ଉପରେ ପ୍ରଭାବ ପଡିବ।

ଖାସକରି ଏହି ଚନ୍ଦ୍ର ଗ୍ରହଣ ବୃଷ ରାଶି ଉପରେ ପଡିବ । ଯାହା ଫଳରେ ବୃଷ ରାଶିର ବ୍ୟକ୍ତିଙ୍କୁ କିଛି ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।

ଚନ୍ଦ୍ର ଗ୍ରହଣରେ କ’ଣ ହୁଏ – ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସେ, ସେତେବେଳେ ସୂର୍ଯ୍ୟଙ୍କର କିରଣ ଚନ୍ଦ୍ର ଉପରେ ପଡ଼େ ନାହିଁ । ଯାହାକୁ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଇଥାଏ । ସେହିପରି ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ ।

Leave a Reply