ଚନ୍ଦାଙ୍କ ହାତ ଲମ୍ବା ନୁହେଁ ତ ?

1 min read

ପୂବର୍ତନ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ବୈଠକରେ ଦେଖିବାକୁ ମିଳିଛି । ଏଇ ଘଟଣା ଏବେ ବିଭିନ୍ନ ଗଣମାଧ୍ୟମ ଆଉ ସୋସିଆଲ ମିଡିଆ ପାଇଁ ଚର୍ଚ୍ଚାର ବିଷୟ ହୋଇଛି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆୟୋଜିତ ଭଦୋଦରା IIITର ବୈଠକରେ ଚନ୍ଦା ଉପସ୍ଥିତ ଥିଲେ । ଆଇସିଆଇସିଆଇ-ଭିଡିଓକୋନ୍ ବହୁ କୋଟି ଋଣ ମାମଲାରେ ଚନ୍ଦା ଛନ୍ଦି ହୋଇଛନ୍ତି ଆଉ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାର ତଦନ୍ତ କରୁଛି ।

ଚନ୍ଦାଙ୍କ ନାଁରେ ମାମଲା ଥିବା ବେଳେ ଭଦୋଦରାର IIITର ଅଧ୍ୟକ୍ଷା ପଦରେ ସେ ଏଯାବତ୍ ରହିଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଚନ୍ଦାଙ୍କୁ ଅଧ୍ୟକ୍ଷା ପଦରୁ ଅନ୍ତର ପାଇଁ କୌଣସି ପ୍ରସ୍ତାବ ଆସି ନାହିଁ । ସେଥିପାଇଁ ସେ ବୈଠକରେ ଯୋଗ ଦେବାରେ କୌଣସି ଅସୁବିଧା ନାହିଁ ।

ସୂଚନାଯୋଗ୍ୟ, ଚନ୍ଦା କୋଚ୍ଚର, ଦୀପକ କୋଚ୍ଚର ଓ ଭିଡିଓକୋନ୍ ଗ୍ରୁପ ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି । ଭିଡିଓକୋନ୍ ଗ୍ରୁପ ନେଇଥିବା ୪୦ ହଜାର କୋଟି ଟଙ୍କା ଋଣରୁ କେବଳ ଆଇସିଆଇସିଆଇ ବ୍ୟାଙ୍କ ୩୨୫୦ କୋଟି ଦେଇଥିଲା ।

ଆଉ ସବୁଠୁ ବଡ଼ କଥା ହେଉଛି, ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଥିବା ବେଳେ ଏହି ୩୨୫୦ କୋଟି ଟଙ୍କା ଦିଆଯାଇଥିଲା । ଚନ୍ଦା ଜାଣିଣୁଣି ଏହି ଋଣ ଦେଇଥିବା ଅଭିଯୋଗ ହୋଇଛି । ଋଣ ବାବଦ ବାକି ପଡ଼ିଥିବା ୨୮୧୦ କୋଟି ଟଙ୍କା ବ୍ୟାଙ୍କକୁ ନ ମିଳିବାରୁ ଏହାକୁ ଏନପିଏ ଘୋଷଣା କରାଯାଇଛି । ')}

Leave a Reply