୫ ଜିଲ୍ଲା ବୁଲି ବୁଲି ଲୁଟୁଥିଲେ ନକଲି ହୋମ୍ ସେକ୍ରେଟାରୀ

1 min read
Chandapur Police Arrested Fake Home Secretary And His Associates

ଟାଙ୍ଗୀ: ପୋଲିସ ହାତରେ ହାଇ ପ୍ରୋଫାଇଲ ଠକ । ଏମିତି ସେମିତି ଠକ ନୁହେଁ ନକଲି IASଙ୍କୁ ଧରିଛି ପୋଲିସ । IAS ଅଧିକାରୀ ପରିଚୟ ଦେଇ ଯୁବକ ଜଣଙ୍କ ୫ଟି ଜିଲ୍ଲାରେ କଳାକନା ବୁଲାଇଛନ୍ତି । ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ କଳାକନା ବୁଲାଇଛନ୍ତି ଠକ ଜଣଙ୍କ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଗତ ୧୧ ତାରିଖରେ ନକଲି ହୋମ୍ ସେକ୍ରେଟାରୀ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିବା ପରେ ଫିଟିବାରେ ଲାଗିଛି ଠକେଇର ଗୁମର । ପୋଲିସ କାହ୍ନୁ ଲିଙ୍କରେ ରେଡ୍ ବେଳେ ଆଜି ୫ ଲକ୍ଷ ଟଙ୍କା ଜବତ କରିଛି ।

Chandapur Police Arrested Fake Home Secretary And His Associates

ଗିରଫ କାହ୍ନୁ ଠାରୁ ପୋଲିସ ଏକାଧିକ ନକଲି ପରିଚୟ ପତ୍ର ସହ ୨ଟି ଦାମୀ କାର ଓ ଏକାଧିକ ବ୍ୟାଙ୍କ ପାସବୁକ୍, ଏଟିଏମ୍ ଜବତ କରିଛି । ଲୁଟର ମାଷ୍ଟରମାଇଣ୍ଡ କାହ୍ନୁ ଥିବାବେଳେ ଠକେଇ ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ଗ୍ୟାଙ୍ଗର ଅନ୍ୟ ୩ ଜଣ ସଦସ୍ୟ ଫେରାର ଅଛନ୍ତି । ରଣପୁର ଅଞ୍ଚଳରେ ସାମ୍ବାଦିକତା କରୁଥିବା ସୁକାନ୍ତ ଡାକୁଆ, ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଗିରୀଜା ଶଙ୍କର ରଥ, ସରୋଜ ସେଠୀ ଫେରାର୍ ଥିବାବେଳେ ପୋଲିସ ମାମଲା ରୁଜୁ କରିଛି ।

Chandapur Police Arrested Fake Home Secretary And His Associates

ଚାନ୍ଦପୁର ଥାନା ପୋଲିସ ଗତ ୧୭ ତାରିଖରେ କାହ୍ନୁର ଅନ୍ୟ ଜଣେ ସହଯୋଗୀ ପର୍ଶୁରାମ ଜେନାକୁ ଗିରଫ କରିଛି । ଏଥିସହ ମାମଲାରେ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗିରଫ ପର୍ଶୁରାମ ନିକଟରୁ ନକଲି ପରିଚୟ ପତ୍ର ସମେତ ଅନେକ ଗୁରୁତ୍ୱପୂର୍ଣ ଦସ୍ତାବିଜ୍ ଜବତ କରାଯାଇଛି । ଗିରଫ ପର୍ଶୁରାମର ଘର ଖଣ୍ଡଗିରି ସାଇ କଲୋନୀ । ସେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ କାହ୍ନୁର କାରବାର ସମ୍ଭାଳିବା ସହ ଜମି କାରବାରରେ ସମ୍ପୃକ୍ତ ଥିଲା । କାହ୍ନୁର କଳାସାମ୍ରାଜ୍ୟ ଟଙ୍କା ଉପରେ ପୋଲିସ ଖୋଳତାଡ଼ ଚଳାଇଛି ।

Leave a Reply