କୁକୁଡ଼ାଙ୍କ ଏହି ୪ଟି ଅଭ୍ୟାସ ଅନୁସରଣ କଲେ ମିଳିବ ସଫଳତା, ଜାଣନ୍ତୁ କଣ କହେ ଚାଣକ୍ୟ ନୀତି

ଚାଣକ୍ୟ ନୀତି: ମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ, କୁଶଳ ରାଜନୈତିଜ୍ଞ, ଚତୁର କୂଟନୀତିଜ୍ଞ ଏବଂ ଅର୍ଥନୀତିରେ ପ୍ରଗାଢ଼ ଜ୍ଞାନ ବହନ କରିଥିବା ଚାଣକ୍ୟ ମନୁଷ୍ୟ ପାଇଁ ଅନେକ ପ୍ରାସଙ୍ଗିକ ନୀତି ପ୍ରସ୍ତୁତ କରିଛନ୍ତି । ଏହି ନୀତି ଗୁଡ଼ିକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟ ନିଜ ଜୀବନରେ ସଫଳତା ହାସକ କରିପାରିବ । ଏହି କାରଣରୁ ଚାଣକ୍ୟଙ୍କୁ ନୀତିଶାସ୍ତ୍ରରେ ସଂପୂର୍ଣ୍ଣ ଜ୍ଞାନ ଆହରଣ କରିଥିବା ବ୍ୟକ୍ତି ଭାବେ ବିବେଚନା କରାଯାଇଛି ।

ସେ ନିଜ ଚାଣକ୍ୟ ନୀତିରେ ଏକ ଶ୍ଲୋକ ମାଧ୍ୟମରେ କୁକୁଡ଼ା ମାନଙ୍କ ୪ ଗୋଟି ଗୁଣକୁ ବର୍ଣ୍ଣନା କରିଛନ୍ତି । ଏହି ୪ଗୋଟି ଗୁଣକୁ ଯଦି ମନୁଷ୍ୟ ଅନୁସରଣ କରେ ତେବେ ଜୀବନରେ ସଫଳତା ସୁନିଶ୍ଚିତ ବୋଲି ଚାଣକ୍ୟ କହିଛନ୍ତି । ତେବେ ଆସନ୍ତୁ ଜାଣିବ କ’ଣ ସେହି ୪ଟି ଗୁଣ…

ପ୍ରତ୍ୟୁସ୍ଥନଂ ଚ ୟୁଦ୍ଧଂ ଚ ସମ୍ୱିଭାଗଂ ଚ ବନ୍ଧୁଷୁ ।

ସ୍ୱୟମାକ୍ରମ୍ୟ ଭୁକ୍ତଂ ଚ ଶିକ୍ଷେଚ୍ଚତ୍ୱାରି ତୁକ୍କୁଟାତ୍ ।

ଏହି ଶ୍ଲୋକ ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ କୁକୁଡ଼ା ଠାରୁ ତାର ୪ ଗୋଟି ଗୁଣ ଶିଖିବା ଉଚିତ । ସେ କହିଛନ୍ତି ଯେ, ବ୍ୟକ୍ତିକୁ କୁକୁଡ଼ା ପରି ସକାଳୁ ଉଠିବା ଉଚିତ । ବ୍ୟକ୍ତି ପ୍ରାତଃ କାଳରୁ ଉଠିଲେ ପୁରା ଦିନ କାମ କରିପାରିବ ଏବଂ ସଫଳତା ହାସଲ କରିପାରିବ । ଏହାସହ ସକାଳୁ ଉଠିଲେ ତାହା ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହେବ ବୋଲି ଚାଣକ୍ୟ କହିଛନ୍ତି ।

କୁକୁଡ଼ାର ଦ୍ୱିତୀୟ ଗୁଣ ବିଷୟରେ ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ, ଅର୍ଥାତ ସର୍ବଦା ସତର୍କ ରହିବା ଉଚିତ । କେବେ ଏମିତି ପରିସ୍ଥିତି ନଆସୁ, ଯେଉଁଠି ଶତ୍ରୁ ଆପଣଙ୍କ ପଛରେ ଷଡ଼ଯନ୍ତ୍ର କରୁଥିବ ଏବଂ ଆପଣ ସଂଜ୍ଞାହୀନ ଥିବେ ।

ଏହାସହ ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ କୁକୁଡ଼ା ପରି ବନ୍ଧୁ, ପରିଜନଙ୍କୁ ନିଜ ଭାଗର ବସ୍ତୁ ପ୍ରଦାନ କରିବା ଅଭ୍ୟାସ ରହିବା ଉଚିତ । କୁକୁଡ଼ାଙ୍କ ଚତୁର୍ଥ ଗୁଣକୁ ବଖାଣି ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ ସର୍ବଦା ପରିଶ୍ରମ କରି ଜୀବନ ଯାପନ କରିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ ମୁତାବକ କୁକୁଡ଼ାଙ୍କ ଏହି ୪ଗୋଟି ଗୁଣକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟକୁ ଜୀବନରେ ସଫଳତା ହାସଲ କରିବାରେ ସାହାଯ୍ୟ ମିଳିଥାଏ ।

Leave a Reply