ବ୍ରିଟେନରେ କରୋନା, ଭାରତରେ କଟକଣା

ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ନେଇ ଭାରତର ବଢ଼ିଲା ଚିନ୍ତା  । ଜାନୁଆରୀ ୩୧ ଯାଏଁ କୋଭିଡ୍ ଗାଇଡଲାଇନ୍ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର  । ୨୫ ନଭେମ୍ବର ପର୍ଯ୍ୟନ୍ତ ହୋଇଥିବା ଗାଇଡଲାଇନକୁ ବୃଦ୍ଧି କରାଯାଇଛି  । ସେପଟେ ଏନେଇ ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଗାଇଡଲାଇନ୍ ଜାରି କରାଯାଇଛି  । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ  ।

କୋଭିଡ୍ ଏସଓପି ପାଳନ ଲାଗି କଡ଼ା ନିର୍ଦ୍ଦେଶନାମା ଦିଆଯାଇଛି  । ଜନ ସମାଗମ ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି  । କଣ୍ଟେନମେଣ୍ଟ ଜୋନକୁ ଆହୁରି କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ଆବଶ୍ୟକ ପଡ଼ିଲେ ସପ୍ତାହାନ୍ତ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

କଣ୍ଟେନମେଣ୍ଟ ଜୋନରେ ନାଇଟ୍ କର୍ଫ୍ୟୁ ମଧ୍ୟ କଡାକଡି କରାଯାଇପାରେ  । ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି  । ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ଚଳପ୍ରଚଳ ଉପରେ କଟକଣା ନାହିଁ  । ପରିବର୍ଦ୍ଧିତ କୋଭିଡ୍ ନିର୍ଦ୍ଦେଶନାମା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

Leave a Reply