ଆସନ୍ତା ୨ରୁ ଦେଶବ୍ୟାପୀ କୋଭିଡ୍ ଟିକାର ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି

Centre Asks StatesUTs To Gear Up For Roll Out Of COVID19 Vaccine

ନୂଆଦିଲ୍ଲୀ: ଜାନୁଆରୀ ୨ ତାରିଖରୁ ସାରାଦେଶରେ ଆରମ୍ଭ ହେବ କରୋନା ଟିକାର ଡ୍ରାଏ ରନ୍ । ସବୁ ରାଜ୍ୟରେ ଟିକାର ଡ୍ରାଏ ରନ୍ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପିତ୍ତି ନେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ଅଧିକାରୀମାନେ ସାମିଲ ଥିଲେ ।

Centre Asks StatesUTs To Gear Up For Roll Out Of COVID19 Vaccine

ଆଗରୁ ପଞ୍ଜାବ, ଆସାମ, ଗୁଜରାଟ ଓ ଆନ୍ଧ୍ରପଦେଶରେ ଟିକାକରଣ ପ୍ରକ୍ରିୟାର ଡ୍ରାଏ ରନ୍‌ କରାଯାଇଛି । ଏହାପରେ ପୂରା ଦେଶରେ ଡ୍ରାଏ ରନ୍‌ କରିବାକୁ ନିଷ୍ପତ୍ତି ହୋଇଛି । ଟିକାକରଣ ପ୍ରକ୍ରିୟାକୁ ନିଶ୍ଚିତ କରିବା ପାଇଁ ଡ୍ରାଏ ରନ୍ କରାଯିବ । ସବୁ ରାଜ୍ୟର ରାଜଧାନୀ ସହ ୩ଟି ସହରରେ କରାଯିବ ଡ୍ରାଏ ରନ୍ ।

Centre Asks StatesUTs To Gear Up For Roll Out Of COVID19 Vaccine

ଏହାଛଡ଼ା କେତେକ ରାଜ୍ୟ ସରକାର ଅପହଞ୍ଚ ଇଲାକାରେ ଟିକାର ଡ୍ରାଏ ରନ୍ କରିବାକୁ ସ୍ଥିର କରିଛନ୍ତି । ମହାରାଷ୍ଟ୍ର ଓ କେରଳ ସରକାର ରାଜ୍ୟର ରାଜଧାନୀ ପରିବର୍ତ୍ତେ ଗୁରୁତ୍ୱପୂର୍ଣ୍ଣ ସହରରେ ଡ୍ରାଏ ରନ୍ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply