‘ବୁଲବୁଲ୍’ କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍

1 min read

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ କ୍ଷୟକ୍ଷତି ଆକଳନ ନେଇ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଆସୁଛି । ୨ ଦିନ ଧରି ଟିମ୍ ‘ବୁଲବୁଲ୍’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବ । ଆଜି ମଧ୍ୟାହ୍ନରେ ଟିମ୍ ଭୁବନେଶ୍ୱର ପହଞ୍ଚି ସିଧା ଭଦ୍ରକ ଯିବ । ଜିଲ୍ଲାରେ କ୍ଷେତ୍ର ବୁଲି ଟିମ୍ କ୍ଷୟକ୍ଷତି ଦେଖିବ ।ଆସନ୍ତାକାଲି ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଗ୍ରାଉଣ୍ଡରେ କ୍ଷୟକ୍ଷତିର ତର୍ଜମା କରିବ । ପରେ ଅପରାହ୍ଣରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ')}

Leave a Reply