ଭିଜିଲାନ୍ସ ପଞ୍ଝାରେ ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ସୁଧୀର କୁମାର ନନ୍ଦଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବଲାଙ୍ଗିର ପ୍ୟାଲେସ ଲାଇନରେ ଥିବା ଦୁଇ ମହଲା ଘର ସମେତ ରୁଗୁଡିପଡା ପୈତୃକ ବାସଭବନ ଓ ବଲାଙ୍ଗିର ବ୍ୟାଙ୍କ ଆଦି ତିନିଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି ।

ପ୍ୟାଲେସ ଲାଇନ ବାସଭବନରୁ ତିନିଟି ଜମିପଟ୍ଟା, ବ୍ୟାଙ୍କ ବୀମା ଜମା କାଗଜ ସହ ନଗଦ ଟଙ୍କା ଓ ସୁନା ଗହଣା ଠାବ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା । ୱାରେଣ୍ଟ ବଳରେ ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଆଜି ଭୋରରୁ ଚଢାଉ କରାଯାଇଛି ।

ସମ୍ପତ୍ତିର ସଠିକ୍ ଆକଳନ ହେବା ପରେ ଯାଇ ତାଙ୍କ ପାଖରେ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ତାହା ଜଣାପଡିବ । ଅନ୍ୟପଟେ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ସୁଧୀର କୁମାର ମିଶ୍ର ଅଭିଯୋଗ କରିଛନ୍ତି।

Leave a Reply