ଅନଲକ୍ -୩ ଗାଇଡ୍ ଲାଇନ୍ ଜାରି : ସର୍ତ୍ତ ସହ ଖୋଲିବ ଜିମ୍,ଖୋଲିବନି ସିନେମା କି ସ୍କୁଲ

1 min read

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବୁଧବାର ଦିନ ଅନଲକ୍ ୩ ଗାଇଡଲାଇନ୍ ଜାରି କରାଯାଇଛି । ଅନଲକ ୩ରେ ଏଥର କଣ୍ଟେନମେଣ୍ଟ୍ ଜୋନ୍ ବାହାରେ ଆଉ କିଛି ଗତିବିଧିକୁ ଅନୁମତି ମିଳିଛି । ତେବେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ କଣ୍ଟେନମେଣ୍ଟ୍ ଜୋନରେ କଠୋର ଲକଡାଉନ୍ ଲାଗୁ ରହିବ । ଅର୍ଥାତ ଅନଲକ୍-୩ରେ କଣ୍ଟେନମେଣ୍ଟ୍ ଜୋନକୁ କୌଣସି ରିହାତି ମିଳିବ ନାହିଁ ।

girl in gym

ଅନଲକ୍ ୩ରେ ସିନେମା ହଲକୁ ଖୋଲିବାକୁ ଅନୁମତି ମିଳିନାହିଁ  । ତେବେ ଜିମ୍ (Gym) ଓ ଯୋଗ ଶିକ୍ଷାକେନ୍ଦ୍ର ଖୋଲିବାକୁ କେନ୍ଦ୍ରସରକାର ଅନୁମତି ଦେଇଛନ୍ତି । ଅଗଷ୍ଟ ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲା ଯାଇପାରିବ । ତେବେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଏସଓପିକୁ ଅନୁସରଣ କରିବାକୁ ପଡିବ ।  ଅନଲକ ୩ କ୍ରମରେ ରାତ୍ରୀକାଳିନ କର୍ଫ୍ୟୁ ଉଠାଇ ଦିଆଯିବ । ତେବେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭଳି ପୁରୁଣା ନିୟମ ଜାରି ରହିବ ।

ଅନଲକ୍-୩ରେ କାହାକୁ ଅନୁମତି ନାହିଁ ?

  • ମେଟ୍ରୋ,ଟ୍ରେନ୍ ଓ ସିନେମା ଅନଲକ୍ ୩ କାଳରେ ଖୋଲିବ ନାହିଁ
  • ଧର୍ମୀୟ ଆୟୋଜନକୁ ଅନୁମତି ମିଳି ନାହିଁ
  •  ସ୍କୁଲ,କଲେଜ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ
  • ସିନେମା ହଲ୍,ସୁଇମିଂ ପୁଲ୍,ମନୋରଂଜନ ପାର୍କ,ବାର ମଧ୍ୟ ଖୋଲିବ ନାହିଁ
  • ମେଟ୍ରୋ ରେଳ ସେବା ଆରମ୍ଭ ହେବ ନାହିଁ ।
  • ଅନ୍ତର୍ଜାତୀୟ ବିମାନ ସେବା (ବନ୍ଦେ ଭାରତ ମିଶନ ଜାରି ରହିବ)
  • ରାଜନୈତିକ ଦଳ ରାଲି କିମ୍ବା ସଭା କରିପାରିବେ ନାହିଁ
  • ଧର୍ମୀୟ ଆୟୋଜନକୁ ମଧ୍ୟ ଅନୁମତି ନାହିଁ
  • ସ୍ୱାଧିନତା ଦିବସ ସାମାଜିକ ଦୂରତା ନିୟମକୁ ମାନି ପାଳନ କରାଯିବ

guidelines

କଣ୍ଟେନମେଣ୍ଟ୍ ଜୋନ

କଣ୍ଟେନମେଣ୍ଟ୍ ଜୋନରେ ସଂପୂର୍ଣ୍ଣ ଲକଡାଉନ୍ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କଠୋରତାର ସହ ଲାଗୁ ରହିବ । କଣ୍ଟେନମେଣ୍ଟ୍ ଜୋନକୁ ଗାଇଡଲାଇନରେ କୌଣସି ରିହାତି ମିଳିନାହିଁ ।

Leave a Reply