କୃଷକ ଆନ୍ଦୋଳନ ପ୍ରସଙ୍ଗ: ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ନୂତନ କୃଷି ନୀତିକୁ ନେଇ କୃଷକ ମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଅନେକ ସଙ୍ଗଠନ ଓ ରାଜନୖେତିକ ଦଳ ସେମାନଙ୍କ ସମର୍ଥନରେ ବାହାରୁଛନ୍ତି । ଏପରିକି କୃଷି ନୀତିକୁ ପ୍ରତ୍ୟାହାର କରିବା ଜିଦରେ ଅଡି ବସିଛନ୍ତି ଚାଷୀ । ଅନ୍ୟପକ୍ଷରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସରକାର କୃଷି ସହ ଜଡିତ ୩ଟି ଆଇନ୍ ଆଣିଥିଲେ ଯାହାଉପରେ ସଂସଦରେ ସବୁ ଦଳର ସାଂସଦ ମାନେ ନିଜ ପକ୍ଷ ରଖିଥିଲେ । ଏପରିକି ଲୋକସଭା ଓ ରାଜ୍ୟସଭାରେ ବିଲ୍ ପାରିତ ହୋଇଥିଲା । ଦେଶ ଉତଥାନରେ କୃଷକଙ୍କ ଯୋଗଦାନ କିପରି ରହିପାରିବ ସେନେଇ ଆମେ ଚିନ୍ତା କରୁଛୁ ।

ଆହୁରି ମଧ୍ୟ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଚାଷୀ ମାନଙ୍କୁ ଅପିଲ୍ କରିବା ସହ କହିଛନ୍ତି ଯେ ସରକାର ଯେଉଁ କୃଷି ନୀତି ଆଣିଛନ୍ତି ତାଉପରେ ବିଚାର କରନ୍ତୁ । ଆପଣ ମାନେ ଯେତେବେଳେ ଚାହିଁବେ ସରକାର ଆଲୋଚନା କରିବାକୁ ରାଜି ଅଛନ୍ତି । ୨୦୦୬ରେ ସ୍ୱାମୀନାଥନ୍ ରିପୋର୍ଟ ଆସିଥିଲା ହେଲେ ଦୀର୍ଘ ଦିନର ଅପେକ୍ଷା ପରେ ଦେଢଗୁଣା ଏମଏସପି ଲାଗୁ ହୋଇପାରିଲା ନାହିଁ । ହେଲେ ମୋଦି ସରକାର ଆସିବା ପରେ ୫୦% ଲାଭରେ ଏମଏସପି ଘୋଷିତ ହୋଇଥିଲା ।

ଏସମ୍ପର୍କରେ କୃଷି ମନ୍ତ୍ରୀ କହିଛନ୍ତି ସରକାରଙ୍କ ପାଖରେ କୗେଣସି ପ୍ରକାରର ଅହଂଭାବ ନାହିଁ । ଆଇନକାନୁନର ଯେଉଁ ପ୍ରାବଧନ ଉପରେ କୃଷକମାନଙ୍କର ଆପତ୍ତି ରହିଛି ତାହା ଉପରେ ସରକାର ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି ।  ଏହି ଆଇନ କୌଣସି ପ୍ରକାରେ ଏମଏସପିକୁ ପ୍ରଭାବିତ କରିବ ନାହିଁ ।

 

Leave a Reply