ସାମାଜିକ ସଂକ୍ରମଣରୁ ବର୍ତ୍ତିବାକୁ ମୁହଁରେ କପଡ଼ା ବାନ୍ଧନ୍ତୁ: CDC

2 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିବା ବେଳେ ଦୁବାଇ ଫେରନ୍ତା ତଥା ଚତୁର୍ଥ ଆକ୍ରାନ୍ତଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଇ ନଥିଲା । ତଥାପି ଗତ ମାର୍ଚ୍ଚ ୩୧ରେ ତାଙ୍କଠାରେ କରୋନା ପଜିଟିଭ୍ ମିଳିଥିଲା । ଏନେଇ ସେତେବେଳେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ଏବେ ସ୍ୱାସ୍ଥ୍ୟ ବିଭାଗ କହିଛି, କୌଣସି ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ମଧ୍ୟ ଅନ୍ୟ ଜଣକୁ ସଂକ୍ରମିତ କରିପାରେ । ତେଣୁ ଜରୁରୀକାଳୀନ ପରିସ୍ଥିତିରେ ବାହାରାକୁ ବାହାରିଲେ ମୁହଁକୁ କପଡ଼ା, ରୁମାଲ କିମ୍ବା ମାସ୍କରେ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ଥରେ ବ୍ୟବହାର କଲା ପରେ ତାକୁ ତୁରନ୍ତ ସଫା କରିବା ସହ ଶୁଖାଇ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନସନ୍ ମଧ୍ୟ ସମାନ କଥା କହିଛି । ବିଶେଷକରି କମ୍ୟୁନିଟି ଟ୍ରାନ୍ସମିସନ ବା ସାମାଜିକ ସଂକ୍ରମଣ ରୋକିବାକୁ ବାହାରକୁ ଘରେ ମୁହଁକୁ ଘୋଡ଼ାଇବା ଜରୁରୀ ବୋଲି କୁହାଯାଇଛି । ଏଥିପାଇଁ ୬ ଫୁଟ୍ ସାମାଜିକ ଦୂରତା ରଖିବା ଜରୁରୀ । ଯାହାକି ସବୁ କ୍ଷେତ୍ରରେ ସମ୍ଭବ ନୁହେଁ । ତେଣୁ ମୁହଁକୁ ଘୋଡ଼ାଇ ରଖିବା ଛଡ଼ା ଅନ୍ୟ କିଛି ବାଟ ନାହିଁ ।

ସାଧାରଣ ଲୋକ, ସର୍ଜିକାଲ ମାସ୍କ କିମ୍ବା N-95 ମାସ୍କ ପରିବର୍ତ୍ତେ ମୁହଁକୁ କପଡ଼ାରେ ଘୋଡ଼ାଇ ରଖିବାକୁ ପରାମର୍ଶ ଦେଇଛି । ସର୍ଜିକାଲ ମାସ୍କ କିମ୍ବା N-95 ମାସ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ନିୟୋଜିତ ବ୍ୟକ୍ତି ବ୍ୟବହାର କରିବାକୁ ସିଡିସି ପକ୍ଷରୁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି ।

କରୋନା ପାଇଁ DRDOର ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର

Leave a Reply