ଭାରତୀୟ ବାୟୁସେନାରେ ସାମିଲ ହେବ ତେଜସ୍‌, ୪୮ ହଜାର କୋଟି ଟଙ୍କା ମଞ୍ଜୁର

1 min read

OLYMPUS DIGITAL CAMERA

ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି। ରାଫେଲ ପରେ ଏବେ ବାୟୁ ସେନାରେ ସାମିଲ ହେବାକୁ ଯାଉଛି ତେଜସ୍‌। ଏକାଥରକରେ ୮୩ ଟି ତେଜସ୍‌ ବିମାନ ସାମିଲ ହେବାକୁ ଯାଉଛି। ସୁରକ୍ଷା କ୍ୟାବିନେଟ କମିଟି ୪୮ ହଜାର କୋଟିର ଡିଲକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଚୁକ୍ତିନାମାକୁ ସିସିଏସ୍ ଅନୁମୋଦନ କରିଛି। ବାୟୁସେନାକୁ ଅଧିକ ଶକ୍ତିଶଳୀ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

 

ତେବେ ତେଜସ୍‌କୁ ସମ୍ପୂର୍ଣ୍ଣ ଭାବରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ କରାଯାଇଛି। ତେଜସ୍ ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଗ୍ରାଉଣ୍ଡରେ କ୍ଷେପଣାସ୍ତ୍ର ଉତକ୍ଷେପଣ କରିବାର କ୍ଷମତା ରଖୁଛି। ଏଥିରେ ଆଣ୍ଟିଶିପ୍ କ୍ଷେପଣାସ୍ତ୍ର, ବୋମା ଏବଂ ରକେଟ୍ ମଧ୍ୟ ରଖାଯାଇପାରିବ। ତେଜସ୍‌ ୪୨ ପ୍ରତିଶତ କାର୍ବନ ଫାଇବର, ୪୩ ପ୍ରତିଶତ ଆଲୁମିନିୟମ ଏବଂ ଟାଇଟେନିୟମ ଉପାଦାନରେ ନିର୍ମିତ କରାଯାଇଛି।

ତେଜସ୍ ହେଉଛି ସ୍ୱଦେଶୀ ଚତୁର୍ଥ ପିଢ଼ିର ଟେଲ ଲେସ ଡେଲଟା ୱିଙ୍ଗ୍ ବିମାନ। ଏହି ବିମାନ ହେଉଛି ଚତୁର୍ଥ ପିଢ଼ିର ସୁପରସୋନିକ୍ ଯୁଦ୍ଧବିମାନ ମାନଙ୍କ ମଧ୍ୟରୁ ସବୁଠାରୁ ହାଲୁକା ଏବଂ ଛୋଟ ବିମାନ।

 

Leave a Reply