କୋଭିଡ ଜନ୍ମସ୍ଥାନକୁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଟିମ

1 min read

ନୂଆଦିଲ୍ଲୀ: ଏହା ଭିତରେ ଜନ୍ମବାର୍ଷିକୀ ପାଳନ କରିସାରିଲାଣି କୋଭିଡ । କିନ୍ତୁ ଜନ୍ମସ୍ଥାନ ଏବେ ବି ଅଜଣା । ବିଶ୍ୱବାସୀ ଏବେ  ମଧ୍ୟ ସନ୍ଦେହ ଘେରରେ । କୋଭିଡର ଉତ୍ପତି ସ୍ଥଳ କେଉଁଠି ଏବଂ କେଉଁ ଦେଶରେ ତାହା ସଭିଙ୍କୁ ଅଛପା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗବେଷକମାନେ ଗବେଷଣାର ସଫଳ ସୋପାନରେ ପହଁଚି ପାରିନାହାଁନ୍ତି । ଏନେଇ ଏକ ଆନ୍ତର୍ଜାତୀୟ  ବିଶେଷଜ୍ଞ ଦଳ ଆସନ୍ତା ଜାନୁୟାରୀ ମାସରେ ଚୀନ ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତିରିକ୍ତ ଅଧ୍ୟକ୍ଷ ।

କୋଭିଡ-୧୯ ଭାଇରସର ଉତ୍ପତି ସ୍ଥଳ ଯଦି ଚୀନ ହୋଇଥାଏ, ତେବେ କେଉଁ ସ୍ଥାନରେ ଏବଂ କେଉଁ ପରିସ୍ଥିତିରେ ଏହାର ଉତ୍ପତି ହୋଇଛି । ତାହାକୁ ଅନୁସନ୍ଧାନ କରିବ ଏହି ବିଶେଷଜ୍ଞ ଟିମ । ଅତିରିକ୍ତ ମୁଖ୍ୟ ଡକ୍ଟର ମାଇକେଲ୍‌ ରୟାନ କହିଛନ୍ତି, ଉହାନକୁ ପରିଦର୍ଶନରେ ଏକ ଟିମ ଗସ୍ତ କରିବ । ଯିବାକୁ ଥିବା ଏହି ଟିମ ପାଇଁ ପାଇଁ ସେଠାରେ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ମାଇକେଲ୍‌ ରୟାନ ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି, ବିଶେଷଜ୍ଞ ଦଳର ଲକ୍ଷ୍ୟ ହେଉଛି ଉହାନ ଅଞ୍ଚଳକୁ ଯିବ । ଯେଉଁସ୍ଥାନରେ ପ୍ରଥମେ ମାନବ ସଂକ୍ରମଣ ଚିହ୍ନଟ କରାଯାଇଥିଲା, ସେଠାରେ ଦଳ ତମାମ ଅନୁଧ୍ୟାନ କରିବ ବୋଲି ସୂଚନା ଦିଆଯାଇଛି । ସେହିପରି ଚୀନର କିଛି ଗବେଷକଙ୍କ ମିଶି ଏହି ଟିମ ସେଠାରେ ତଦନ୍ତ କରିବ । କିନ୍ତୁ ଗବେଷକ ଏବଂ ଗବେଷଣାର କୌଣସି କାର୍ଯ୍ୟରେ ଚୀନର ଅଧିକାରୀ ମାନେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି WHOର ଅତଚିରିକ୍ତ ମୁଖ୍ୟ ।

Leave a Reply