ଆଜିଠୁ ମାଟ୍ରିକ୍‌ ଖାତା ରିଚେକିଂ ଆବେଦନ

1 min read
BSE Holds Form Fill Up Process For Matric Exam Amid Covid19

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ଖାତା ରିଚେକିଂ ପାଇଁ ଅନଲାଇନ ଆବେଦନ । ପରୀକ୍ଷା ଖାତାର ପୁନଃ ଯାଞ୍ଚ ଓ ଖାତାର ନକଲ କପି ପାଇଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ନିଜର ପରୀକ୍ଷା ଫଳ ନେଇ ପରୀକ୍ଷାର୍ଥୀଙ୍କ ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ଥିଲେ ସେମାନେ ଅନଲାଇନ୍‌ରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।

Matric Evaluation

ଏଥି ସହିତ ନିର୍ଦ୍ଧାରିତ ଫି ଦାଖଲ କରି ପରୀକ୍ଷାର୍ଥୀ ଉତ୍ତର ଖାତାର ନକଲ କପି ପାଇ ପାରିବେ । ଆସନ୍ତା ୧୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ଆବେଦନ ଜାରି ରହିବ । ତିନି ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରି ବୋର୍ଡ କର୍ତ୍ତୃପକ୍ଷ । ସଂଶୋଧିତ ମାର୍କ ସିଟ୍ ଓ ସାର୍ଟିଫିକେଟ୍‌ ପ୍ରଦାନ କରିବେ । www.bseodisha.ac.in ୱେବସାଇଟ୍‌ରେ ଆବେଦନ କରିହେବ ।

ତେବେ ଜୁଲାଇ ୨୯ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୨୬ ମେ’ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା ।

ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । କିନ୍ତୁ କରୋନା ଯୋଗୁଁ ଦେଶବ୍ୟାପି ଲକଡାଉନ୍ ଘୋଷଣା ହୋଇଥିଲା । ସେଥିପାଇଁ  ଖାତା ଦେଖା ସ୍ଥଗିତ ରହିଥିଲା । ସେହିପରି ମେ’ ମାସ ୨୦ ତାରିଖରେ ଖାତା ଦେଖାଯିବା ନେଇ ସ୍ଥିର ହୋଇଥିଲା । କିନ୍ତୁ  ଅମ୍ଫାନ୍ ବାତ୍ୟା ଦାଉ ସାଧିଥିଲା । ଅମ୍ଫାନ ପାଇଁ ଏହା ମେ ୨୧ ତାରିଖକୁ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ବାତ୍ୟା ପ୍ରଭାବିତ ଅଂଚଳ ଗୁଡିକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖାତା ଦେଖା ସ୍ଥଗିତ ରଖାଯାଇଥିଲା ।

Leave a Reply