ରୋଜ୍ ଭ୍ୟାଲି ମାଲିକାଣୀ ଆସୁଛନ୍ତି ଭୁବନେଶ୍ୱର, ଖୋଲିବେ ଚିଟଫଣ୍ଡ ଫାଇଲ୍

1 min read
CBI Arrested Subhra Kundu Wife of Rose Valley Group Chief Gautam Kundu

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରୋଜ୍ ଭ୍ୟାଲି ଗ୍ରୁପ୍ ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇର ଆକ୍ସନ୍ । ଦୀର୍ଘଦିନର ନିରବତା ପରେ ପଞ୍ଛା ମାରିଛି ସିବିଆଇ । ପୂର୍ବରୁ ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଆଜି କୋଲକାତାରୁ ଗୌତମଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି । ଆସନ୍ତାକାଲି ସିବିଆଇ ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିବ ବୋଲି ଜଣାପଡ଼ିଛି ।

CBI Arrested Subhra Kundu Wife of Rose Valley Group Chief Gautam Kundu

ଦୀର୍ଘଦିନ ଧରି ସିବିଆଇରେ ରୋଜ୍ ଭ୍ୟାଲି ମାମଲା ଶିଥିଳ ଭାବେ ପଡ଼ି ରହିଥିଲା । ପୁଣି ନିର୍ବାଚନ ପୂର୍ବରୁ ସିବିଆଇ ସକ୍ରିୟ ହୋଇ ଉଠିଥିବା ବେଳେ ଲକ୍ଷ ଲକ୍ଷ କ୍ଷୁଦ୍ରଜମାକାରୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଅନ୍ୟପଟେ ଭୟଭତୀ ହୋଇ ପଡ଼ଛନ୍ତି ସ୍କାମରେ ସମ୍ପୃକ୍ତ ପ୍ରଭାବଶାଳୀ ନେତା, ମନ୍ତ୍ରୀ । ଅଚାନକ ସିବିଆଇ କାହା ଉପରେ ମାଡ଼ି ବସିବ ତାକୁ ନେଇ ଏବେ ଠକଙ୍କ ଭିତରେ ଭାଳେଣି ପଡ଼ିଲାଣି ।

ଏହି ମାମଲାରେ ୨୦୧୯ ନଭେମ୍ବର ୨୯ରେ ଶୁଭ୍ରାଙ୍କୁ ଇଡି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ସିବିଆଇ ୨୦୧୫ରେ ଗୌତମ କୁଣ୍ଡୁଙ୍କ ଗିରଫ କରିଥିଲା । ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି । ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟରେ ଚିଟଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା । ରୋଜଭ୍ୟାଲି ଗ୍ରୁପ୍ ୧୫ ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା ।

CBI Arrested Subhra Kundu Wife of Rose Valley Group Chief Gautam Kundu

ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ଓଡ଼ିଶାରେ ପୌର ନିର୍ବାଚନ ରହିଛି । ତା’ ପୂର୍ବରୁ ସିବିଆଇ ସକ୍ରିୟ ହେବା ବିଜେପିର ରାଜନୀତିକ ଅଭିସନ୍ଧି ବୋଲି ଟିଏମସି ଅଭିଯୋଗ କରିଛି । ତେବେ, ଦେଖିବାର କଥା ଶୁଭ୍ରାଙ୍କ ଜେରା ପରେ ଠକେଇରେ ସମ୍ପୃକ୍ତ ଆଉ କାହାର ଟେର୍ ପାଇ ଧରୁଛି ସିବିଆଇ ।

Leave a Reply