ଗୋ-ପାଳନ ହେଲାଣି ଆଲୋଡ଼ା…

1 min read

ନୟାଗଡ଼: ଗୋ-ପାଳନ ପାଇଁ ନୟାଗଡା ନାଁ ସାରା ଓଡ଼ିଶାରେ ଜଣା । ଘରେ ଘରେ ଗାଈ ରଖି କ୍ଷୀର ଉତ୍ପାଦନ କରିବାରେ ଜିଲ୍ଲା ଯଥେଷ୍ଟ ଆଗରେ । ଏବେ କିନ୍ତୁ ସ୍ଥିତି ବଦଳିଛି । ଗୋ-ପାଳନ ପାଇଁ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଆଉ ଆଗ ଭଳି ଉତ୍ସାହ ନାହିଁ । ଗୋଖାଦ୍ୟ ଦର ବୃଦ୍ଧି, କ୍ଷୀର ସଂଗ୍ରହ ହ୍ରାସ ଓ  ସୁବିଧା ଚିକିତ୍ସା ଅଭାବ ହେତୁ ଲୋକେ ଗୋ-ପାଳନକୁ ବାଛୁ ନାହାନ୍ତି । ପୂର୍ବରୁ ଗୋ-ପାଳନ କରୁଥିବା ଲୋକେ ଏବେ ଗୋରୁଗାଈ ବିକ୍ରି ମଧ୍ୟ କରୁଛନ୍ତି । ତେବେ ଗୋ-ପାଳନ କରୁଥିବା ଲୋକଙ୍କ କହିବା କଥା ମହରଗ ଯୁଗ ଗୋ-ପାଳନ ଆଉ ଲାଭଦାୟକ ହୋଇନାହିଁ । ବେଳେବେଳେ ତ ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା ହେଲାଣି ।

ଅନ୍ୟପକ୍ଷରେ ଗୋପାଳକଙ୍କ ସଂଖ୍ୟା କମିବା କାରଣ ଉପରେ ପ୍ରତିକ୍ରିୟା ରଖି ପଶୁ ଚିକିତ୍ସା ଅଧିକାରୀ ଦେବରାଜ ନାୟକ କହିଛନ୍ତି, ଗୋପାଳନ କମିଛି, ଏକଥା ସତ । ଦର ବଢିବା ଯୋଗୁଁ ଏଭଳି ହେଉଛି ଏହା ମଧ୍ୟ ସତ । ମାତ୍ର ଚିକିତ୍ସାକୁ ନେଇ କୌଣସି ଅସୁବିଧା ଥିବା କଥା ସେ ସ୍ୱୀକାର କରିନାହାନ୍ତି । ତାଙ୍କ କହିବା କଥା ଯେ ଗୋ- ସମସ୍ୟା ନେଇ ସରକାରୀ ଡ଼ାକ୍ତରଖାନା ସବୁ ପ୍ରକାର ସୁବିଧା ଯୋଗାଉଛନ୍ତି । ଲୋକେ ଅତ୍ୟାଧୁନିକ ପଦ୍ଧତି ଆପଣେଇ ଗୋ-ପାଳନ କଲେ ଲାଭବାନ ହୋଇପାରିବେ ।

Leave a Reply