ଏବେବି ଭାରାରେ ବୁହା ହେଉଛନ୍ତି ରୋଗୀ……ଏ ଦୁଃଖ ଆଉ କେତେ ଦିନ?

1 min read

ଦୁଇ ତିନି ଦିନ ହେବ ଦେହ ଖରାପ ହେଲାଣି…. । ଯନ୍ତ୍ରଣା ସହି ହେଉନି, କି କାହାକୁ କହି ହେଉନି… । ଡାକ୍ତରଖାନା ଯିବେ କେମିତି …। ଗାଁକୁ ରାସ୍ତା ଥିଲେ ତ… । ଯେ ପର୍ଯ୍ୟନ୍ତ ଦେହ ଯନ୍ତ୍ରଣା ସମ୍ଭାଳିପାରିଲା ସେ ପର୍ଯ୍ୟନ୍ତ ସମ୍ଭାଳିନେଲେ….. । କିନ୍ତୁ ଯେତେବେଳେ ଯନ୍ତ୍ରଣା ଅସମ୍ଭାଳ ହେଲା ସେତେବେଳେ ଭାରାବାଡ଼ିରେ ବୁହାହେଲେ ଡାକ୍ତରଖାନା…. ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ବ୍ଲକ୍‌ର ବାଡାପଦର ଗାଁରେ ।

ସୂଚନା ଅନୁଯାୟୀ, ବାଡାପଦର ଗାଁର ଜଣେ ମହିଳା ସୁରତି ନାୟକଙ୍କ ଦେହ ଖରାପ ଥିଲା । ଶରୀରରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା  । ଅନ୍ୟ ଉପାୟ ନପାଇ ଗାଁ ଲୋକେ ସୁରତିଙ୍କୁ ଭାରାରେ ବୋହି ୧୦ କିଲୋମିଟର ଦୁରରେ ଥିବା ଏମ୍‌ରାମ୍‌ପୁର ଡାକ୍ତରଖାନାକୁ ଆଣିଥିଲେ  ।

 

 

 

ଏ ହେଉଛି ଏମ୍.ରାମପୁର ବ୍ଲକ୍ ସୁରତି ନାୟକଙ୍କ ଦୁଃଖ କାହାଣୀ…. । ଏ କେବଳ ସୁରତିଙ୍କ ଦୁଃଖ କାହାଣୀ ନୁହଁ । ହଜାର ହଜାର ଲୋକ ନିଜ ଦେହକୁ ଏମିତି ଯନ୍ତ୍ରଣା ଦେଉଛନ୍ତି । କାରଣ ତାଙ୍କ ଗାଁକୁ ଭଲ ରାସ୍ତା ନାହିଁ । ଆମ୍ବୁଲାନ୍ସ ଆସିପାରିବନି…. ।  ନିଜ ଦିହ ପା କଥା ପଡ଼ିଲେ ସେମାନେ ଅସହାୟ ହୋଇପଡ଼ନ୍ତି ।

 

 

 

 

 

 

 

 

ମଣିଷ ଚନ୍ଦ୍ରପୃଷ୍ଠକୁ ଯିବାକୁ ରାସ୍ତା ଖୋଜୁଥିବା ବେଳେ ଆଜି ବି ଓଡ଼ିଶାର କିଛି ଅଂଚଳର ଲୋକେ ନିଜ ଗାଁକୁ ରାସ୍ତା ଅପେକ୍ଷାରେ ରହିଛନ୍ତି । ')}

Leave a Reply