ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦଙ୍କ ପୁଅ ସମେତ ୩ ମୃତ

1 min read
CTC ACCIDENT (1)

କଟକ: କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ । ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍ (ଜାଗୁଆର୍ କାର୍‌-ଓଡି ୧୪ସି-୦୦୦୭) ରାସ୍ତାକଡ଼ କେନାଲକୁ ପଶିଯାଇଥିଲା । ଫଳରେ ପାଣିରେ ବୁଡ଼ି ୩ ଜଣ ପ୍ରାଣ ହରାଇଛନ୍ତି ।

CTC ACCIDENT (1)

ମୃତକଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ, କଟକ ଗୋପାଳପୁର ଅଞ୍ଚଳର ଗୌତମ ଦାସ ଓ ଅନ୍ୟ ଜଣେ ହେଲେ ହାଇଦ୍ରାବାଦର ପ୍ରଣୀତ ମଧୁପତି । ୩ ଜଣ ସାଙ୍ଗ କାର୍‌ ଯୋଗେ ଶୁକ୍ରବାର ରାତିରେ କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି ପାଣିରେ ବୁଡି ରହିଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲା । ପରେ କଟକ ବଡ଼ ମେଡିକାଲକୁ ସେମାନଙ୍କୁ ପଠାଇଥିଲା । ସେଠାରେ ପରୀକ୍ଷା କରିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ଅମର ପ୍ରଧାନ ହେଉଛନ୍ତି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳିର ପୂର୍ବତନ ସାଂସଦ । ସେ ୨୦୦୯ରେ କଂଗ୍ରେସ ଟିକଟରେ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ବିଜେପିର ରୋହିତ ପୂଜାରୀଙ୍କୁ ସେ ପରାଜିତ କରିଥିଲେ ।

Leave a Reply