କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି ।  ସେଥିରୁ ୧୯ଟି ସଂକ୍ରମଣ ମାମଲା ରାଜଧାନୀରୁ । ୪ ସଂକ୍ରମିତ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ୧୫ଟି ସ୍ଥାନୀୟ ସଂକ୍ରମଣ ମାମଲା । ଏନେଇ ବିଏମସି ସୂଚନା ଦେଇଛି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି । ହୋମ୍ କ୍ୱାରେଣ୍ଟାଇନରେ ଥିବା ୪ ସଂକ୍ରମିତ ରେଲୱେ ଷ୍ଟାଫ୍ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେମାନଙ୍କ ବୟସ ହେଉଛି ୪୩, ୪୪, ୫୫, ୩୨ ବର୍ଷ ସମସ୍ତେ ପୁରୁଷ ।

୧୫ଟି ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଜଣେ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କ କର୍ମଚାରୀ । ତାଙ୍କ ବୟସ ୫୧ ବର୍ଷ ବୋଲି ସୂଚନା ମିଳିଛି । ସେ କୋଭିଡ ୧୯ ପଜିଟିଭ ସୂଚନା ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ବିଭାଗକୁ ସିଲ୍ କରାଯାଇଛି । ଅନ୍ୟପଟେ ଏକ ଘରୋଇ ହସ୍ପିଟାଲର ଆଉ ୬ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ପୂର୍ବରୁ ହସ୍ପିଟାଲର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ । ଅନ୍ୟ ଏକ ଘରୋଇ ହସ୍ପିଟାଲର ୨ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍

ଡୁମଡୁମା ସୁବାଷ ନଗର ବସ୍ତିରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ । ଯିଏ କି ଦିଲ୍ଲୀରୁ ଫେରିଥିଲେ । ସେହିଭଳି ଲକ୍ଷ୍ମୀ ବଜାର ବସ୍ତିର ୯ ବର୍ଷର ବାଳକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

Leave a Reply