ଭାଙ୍ଗରୁ ପ୍ରସ୍ତୁତ କରୋନା ଔଷଧକୁ ଭାରତୀୟ ରୋଗୀଙ୍କ ଉପରେ ପରୀକ୍ଷା କରିବାକୁ ଚାହୁଁଛି କାନାଡା କମ୍ପାନୀ

ନୂଆଦିଲ୍ଲୀ:  କାନାଡ଼ାର କମ୍ପାନୀ ଅକସିରା ଫାର୍ମା ଭାଙ୍ଗରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି । କମ୍ପାନୀର ଦାବି ଅନୁସାରେ ଏହି ଔଷଧରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସିବ ନାହିଁ । ଏହା ସହିତ କରୋନା ସମ୍ବଦ୍ଧୀୟ ହେଉଥିବା ହୃତପିଣ୍ଡ ଜନିତ ସମସ୍ୟାରୁ ମଧ୍ୟ ଏହି ଔଷଧ ରକ୍ଷା କରିବ । ଔଷଧର ନାମ ହେଉଛି କ୍ୟାନାଭିଡିଓଲ ।


ମିଡିଆ ରିପୋର୍ଟ ଅନୁସାରେ କାନ୍ନାଡ଼ାର ଔଷଧ କମ୍ପାନୀର ଦାବି ଅନୁସାରେ ଶରୀର ମଧ୍ୟରେ ହେଉଥିବା ଯନ୍ତ୍ରଣାରୁ ଏହି ଔଷଧ ରକ୍ଷା କରିଥାଏ । ଗବେଷଣାରେ ଜଣାପଡ଼ିଛି କି କରୋନା ରୋଗୀଙ୍କୁ ହୃତପିଣ୍ଡ ଜନିତ ରୋଗ ଏରିଥମିୟା ମଧ୍ୟ ହେଉଛି । ଏହାଦ୍ୱାରା ହୃତପିଣ୍ଡର ସ୍ପନ୍ଦନ ଠିକ ଭାବରେ ଚାଲି ନଥାଏ । ଯଦି ଠିକ ସମୟରେ ଚିକିତ୍ସା ନ ହୁଏ ତେବେ ହାର୍ଟ ଆଟାକ ଆସିପାରେ । କେବଳ ସେତିକି ନୁହେଁ ଆଣ୍ଟି ଭାଇରାଲ ସମସ୍ୟା ମଧ୍ୟ ଦେଖା ଯାଉଛି । ତେବେ ଉକ୍ତ ଔଷଧ କରୋନା ରୋଗରୁ ସୁସ୍ଥ କରିପାରିବ ବୋଲି କମ୍ପାନୀ ଦାବି କରୁଛି ।

Leave a Reply