ଅଫିସରେ ସହକର୍ମୀ, ଉଚ୍ଚ ଅଧିକାରୀଙ୍କୁ ଡାକି ପାରିବେନି ‘ଭାଇ’ । ଜାରି ହେଲା ନିର୍ଦ୍ଦେଶନାମା

1 min read

ଭୁବନେଶ୍ୱର: ଆପଣ ସରକାରୀ ଚାକିରିଆ କି ? ତେବେ, ଆପଣଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ ନଚେତ୍ ଦଣ୍ଡ ଭୋଗିବେ । ଆପଣଙ୍କ ସହକର୍ମୀଙ୍କୁ ଯଦି ‘ଭାଇ’ ଡାକୁଛନ୍ତି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ । ଯଦି ସେଭଳି କିଛି କରୁନାହାନ୍ତି ତେବେ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ରାଜ୍ୟ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏମିତି ନିଷ୍ପତ୍ତି ନେଇଛନ୍ତି ।

ବିଭାଗରେ କାର୍ଯ୍ୟରତ କନିଷ୍ଠ କର୍ମଚାରୀ ଓ କ୍ଷେତ୍ର ଅଧିକାରୀ ଅଫିସ୍ ଡେକୋରମ ରକ୍ଷା କରୁନାହାନ୍ତି । ଏପରିକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ‘ଭାଇ’ ଡାକୁଛନ୍ତି । ଉଦାହରଣ ସ୍ୱରୂପ- ଟେକ୍ନିକାଲ ଅଫିସର ସିନିୟରଙ୍କୁ ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଭଳି ବ୍ୟବହାର କରୁଛନ୍ତି । ଏପରିକି ଯୁଗ୍ମ ନିର୍ଦ୍ଦେଶକଙ୍କୁ ‘ଭାଇ’ ବୋଲି ଡାକୁଛନ୍ତି । ଯାହାକୁ ନେଇ କିଛି ଅଧିକାରୀ ଆପତ୍ତି ପ୍ରକାଶ କରିଛନ୍ତି ।

ଅଫିସିଆଲ ଡେକୋରମ ମେଣ୍ଟନ ପାଇଁ ରାଜ୍ୟ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରତ୍ନାକର ରାଉତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଫିସରେ ‘ଭାଇ’ ଡାକ ଷ୍ଟେଟ୍ ସର୍ଭାଣ୍ଟ ରୁଲ୍ ୧୯୫୯ର ଉଲ୍ଲଂଘନ କରୁଥିବା ଶ୍ରୀ ରାଉତ କହିଛନ୍ତି । ତେଣୁ ଏହାର ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ')}

Leave a Reply