ରେକର୍ଡିଂ ଖୋଲୁଛି ଠକେଇ ଗୁମର, ଧାରଣାକାରୀଙ୍କୁ ପ୍ରଲୋଭିତ କରି ମଗାଯାଉଥିଲା ଟଙ୍କା

Call Records Reveals Cheating Details On Name Of Permanent Job To ANM

ଭୁବନେଶ୍ୱର: ରାଜଧାନୀରୁ ବାହାରକୁ ଲମ୍ବିଛି ଏଏନଏମ ଠକେଇ ଚେର । ରାଜ୍ୟର ସମସ୍ତ ଜିଲ୍ଲାରେ ହୋଇଛି ଠକେଇ । ସ୍ଥାୟୀ ନିଯୁକ୍ତି ଆଳରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ବେଳେ ଘଟଣାର ମାଷ୍ଟରମାଇଣ୍ଡ ଭୁବନେଶ୍ୱରର ହୋଇଥିବା କହିଛି କମିଶନରେଟ ପୋଲିସ ।

Call Records Reveals Cheating Details On Name Of Permanent Job To ANM

ଗୋଟିଏ ପଟେ ଆନ୍ଦୋଳନ ଅନ୍ୟପଟେ ଠକେଇ । ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ପୁଣି ଏକ ବଡ଼ ଖୁଲାସା କରିଛି କମିସନରେଟ୍ ପୁଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡ଼ିବ, ଏଭଳି ଏକ ରେକର୍ଡିଂ ଭାଇରାଲ୍ ହେବାପରେ ପୋଲିସ ଅଡ଼ୁଆ ସୂତାରୁ ଖିଅ ଖୋଜିବାରେ ଲାଗିଛି । ସାରା ରାଜ୍ୟରେ ଏହି ରାକେଟ ରହିଛି । ଅନେକ ଜିଲ୍ଲାକୁ ଠକେଇର ଚେର ଲମ୍ବିଛି । ବିଭିନ୍ନ ଜିଲ୍ଲାରୁ ଏହି ଠକେଇକୁ ଅପରେଟ୍ କରୁଛନ୍ତି କିଛି ଏଜେଣ୍ଟ । ପୋଲିସ ହାତରେ ଏ ସମ୍ପର୍କିତ କିଛି ମୋବାଇଲ ରେକର୍ଡିଂ ଲାଗିଛି । ଅଭିଯୁକ୍ତ କେ.ଅଶ୍ୱିନୀ ଦୋରାଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଖୁବଶୀଘ୍ର ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

Call Records Reveals Cheating Details On Name Of Permanent Job To ANM

କ୍ୟାପିଟାଲ ଥାନା ପୋଲିସ ହାତରେ ଗୋଟିଏ ରେକର୍ଡିଂ ଅଡିଓ ଲାଗିବା ପରେ ଆନ୍ଦୋଳନ ପଛରେ ଥିବା ଅଭିସନ୍ଧି ଜଣାପଡ଼ିଥିଲା । ଏଥିରେ କେ.ଅଶ୍ବିନୀ ଦୋରା ଓ ଭାରତୀ ପ୍ରଧାନଙ୍କ ଭିତରେ କଥାବାର୍ତ୍ତା ରହିଥିଲା । ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଥିଲା । ୩ ଜଣଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା । କେ.ଅଶ୍ବିନୀ ଦୋରା, ସନ୍ତୋଷ କୁମାର ସାହୁ ଓ ରାଜକିଶୋର ଆଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଅନ୍ୟ ସହଯୋଗୀ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟିଥିବାର ପ୍ରମାଣ ଲାଗିଛି ପୋଲିସ ହାତରେ ।

Call Records Reveals Cheating Details On Name Of Permanent Job To ANM

ଏଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଦୋଷୀଙ୍କ ବିରୋଧରେ ୭ ବର୍ଷ ପର୍ଯ୍ୟନ୍ତ ସଜ୍ଜାର ଆଇନ୍ ଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । କୋଭିଡ୍ ପରିସ୍ଥିତିରେ ରାଜ୍ୟର ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହୋଇନଥିବା ବେଳେ ସ୍ଥାୟୀ ନିଯୁକ୍ତି ଆଳରେ ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ଆଉ ଏହି ଠକେଇ ପଛରେ କିଛି ମୁଷ୍ଟିମେୟ ଲୋକଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଛି ।

Leave a Reply