ଆମେରିକା କମ୍ପାନୀର ଦାବି: ଆମ ପାଖରେ ଅଛି କରୋନା ଔଷଧ,ଦରକାର ନାହିଁ ସାମାଜିକ ଦୂରତା !

1 min read

ନ୍ୟୁୟର୍କ: ଆମେରିକାର ଏକ କମ୍ପାନୀ ଦାବି କରିଛି ଯେ, ସେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରି ସାରିଛି । ଆଉ ସେହି ଔଷଧ ଅନେକାଂଶରେ ସଫଳ ମଧ୍ୟ ହୋଇଛି । ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କାଲିଫର୍ଣ୍ଣିଆର ବାୟୋଟେକ୍ କମ୍ପାନୀ ସୋରେଣ୍ଟୋ ଥେରାପିଟିସ୍ କହିଛି ଯେ, ସେମାନେ STI-1499 ନାମକ ଏକ ଆଣ୍ଟିବଡି ପ୍ରସ୍ତୁତ କରିଛନ୍ତି । ଯାହା କରୋନାକୁ ନିପାତ କରିବାରେ ସଫଳ ହେବ ।

କମ୍ପାନୀ କହିଛି ପେଟ୍ରି ଡିସ୍ ପରୀକ୍ଷଣରେ ଏହା ଜଣାପଡିଛି ଯେ, STI-1499 ଆଣ୍ଟିବଡି କରୋନା ଜୀବାଣୁକୁ ମାନୁଷ୍ୟ କୋଷରେ ବିସ୍ତାର କରିବାରେ ଶତପ୍ରତିଶତ ରୋକିଥାଏ ।

ସୋରେଣ୍ଟୋ କମ୍ପାନୀ ନ୍ୟୁୟର୍କର ମାଉଣ୍ଟ ସାଇନା ସ୍କୁଲ ଅଫ୍ ମେଡିସିନ୍ ସହିତ ଅନେକ ଆଣ୍ଟିବଡି ଉତ୍ପାଦନ ପାଇଁ କାର୍ଯ୍ୟ କରୁଛି । ଯୋଜନା ହେଉଛି ଅନେକ ଆଣ୍ଟିବଡି ମିଶ୍ରଣ କରି ଔଷଧର କକ୍‌ଟେଲ ସୃଷ୍ଟି କରି ହେବ ।

ଡେଲି ମେଲ୍‌ ରିପୋର୍ଟ ଅନୁଯାୟୀ, ସୋରେଣ୍ଟୋ କମ୍ପାନୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ ଏକ ମାସ ମଧ୍ୟରେ ଏହା ୨ ଲକ୍ଷ ଡୋଜ୍‌ ଆଣ୍ଟିବଡି ଉତ୍ପାଦନ କରିପାରିବ । STI-1499 ଆଣ୍ଟିବଡି ବ୍ୟବହାର କରିବାକୁ ଅନୁମୋଦନ ପାଇଁ କମ୍ପାନୀ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) କୁ  ଆବେଦନ କରିଛି । ଜରୁରୀକାଳୀନ ଭିତ୍ତିରେ କମ୍ପାନୀ ଅନୁମୋଦନ ଲୋଡ଼ିଛି ।

ଏହି ଖବର ପରେ ପ୍ରଚାରିତ ପରେ କମ୍ପାନୀର ଷ୍ଟକ୍ ମୂଲ୍ୟରେ ୨୨୦ ପ୍ରତିଶତ ବୃଦ୍ଧି ପାଇଛି । ସୋରେଣ୍ଟୋ ସିଇଓ ଡକ୍ଟର ହେନେରୀ ଜି ଫକ୍ସ ନ୍ୟୁଜ୍‌କୁ କହିଛନ୍ତି  ଯେ, ଏହାର ଉପଶମ ଅଛି ଏବଂ ଏହି ଚିକିତ୍ସା ଶତପ୍ରତିଶତ ପ୍ରଭାବଶାଳୀ ଅଟେ |

ସିଇଓ ଡକ୍ଟର ହେନେରୀ କହିଛନ୍ତି ଯେ, ଯଦି ଆପଣଙ୍କ ଶରୀରରେ କରୋନା ଜୀବାଣୁକୁ ନିଷ୍କ୍ରିୟ କରିବା ପାଇଁ ଆଣ୍ଟି ବଡିଜ୍‌ ରହିବ ତେବେ ସାମାଜିକ ଦୂରତା ନିୟମ ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ ନାହିଁ । ବିନା ଭୟରେ ପ୍ରତିବନ୍ଧକ ହଟାଯାଇପାରିବ ।

ଅବଶ୍ୟ, ଏହି ଆଣ୍ଟିବଡି ଲ୍ୟାବ୍‌ରେ ଥିବା ମନୁଷ୍ୟ କୋଷ ଉପରେ ପରୀକ୍ଷା କରାଯାଇଛି । ହେଲେ ଏହା ସିଧାସଳଖ ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ । ଆଣ୍ଟିବଡିଗୁଡିକର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣା ନାହିଁ । ଏହା ମାନବ ଶରୀରରେ କିପରି ଆଚରଣ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Coronavirus Testing Lab

Leave a Reply