ପ୍ରାକୃତିକ ଗ୍ୟାସ୍ ଓ ରେଲୱେକୁ ନେଇ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର କ୍ୟାବିନେଟ୍

1 min read
Cabinet Economic Decisions Calcutta Kolkata Metro Natural Gas Price (1)

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଗୁରୁବାର କୋଲକାତା ମେଟ୍ରୋର ନୂଆ କରିଡର, ପ୍ରାକୃତିକ ଗ୍ୟାସର ଇ-ବିଡିଂ ପ୍ରକ୍ରିୟା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛି । କୋଲକାତା ମେଟ୍ରୋ ଇଷ୍ଟ-ୱେଷ୍ଟ କରିଡର ପାଇଁ ୮ ହଜାର ୫୭୫ କୋଟି ଟଙ୍କା ମଞ୍ଜୁରି ଦିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି- ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ ଭଳି କେତକ ସମସ୍ୟା ଯୋଗୁଁ ପ୍ରକଳ୍ପ ଅଟକି ରହିଥିଲା । ଆଜି କ୍ୟାବିନେଟ୍ ୮ ହଜାର ୫୭୫ କୋଟି ଟଙ୍କା ଏହ ପ୍ରୋଜେକ୍ଟ ପାଇଁ ମଞ୍ଜୁରି ଦେଇଛି । ଏହି ପ୍ରକଳ୍ପ ୧୬.୬ କିଲୋମିଟର ଲମ୍ବା ହେବ ।

Cabinet Economic Decisions Calcutta Kolkata Metro Natural Gas Price (1)

ଗ୍ୟାସ୍ ପାଇଁ ଇ-ବିଡିଂ

କୋଇଲା, ସ୍ପେକ୍ଟ୍ରମ ଇତ୍ୟାଦି ଉପରେ ସରକାର ପ୍ରାକୃତିକ ଗ୍ୟାସ୍ ପାଇଁ ପାରଦର୍ଶୀ ବଜାର ମୂଲ୍ୟ ବ୍ୟବସ୍ଥା ଆରମ୍ଭ ପାଇଁ ଚେଷ୍ଟା କରୁଛନ୍ତି । ଗୁରୁବାର କେନ୍ଦ୍ର କ୍ୟାବିନେଟ ମାନକ ଇ-ବିଡିଂ ମୂଲ୍ୟ ପ୍ରକ୍ରିୟାକୁ ମଞ୍ଜୁରି ଦେଇଛି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିଷ୍ପତ୍ତି ଉପରେ ସୂଚନା ଦେଇ କହିଛନ୍ତି- ୨୦୧୪ରୁ ମୋଦି ସରକାର କ୍ଷମତାକୁ ଆସିବା ପରେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟକୁ ନେଇ ବିବାଦରେ ଅଛନ୍ତି ।

ଜୀବାଶ୍ମ ଇନ୍ଧନ ଆମଦାନୀ କମ୍ ନିର୍ଭର କରିବାକୁ ସରକାରଙ୍କ ଦ୍ୱାରା ଅନେକ ପ୍ରୟାସ କରାଯାଉଛି । ୨୦୧୭ରେ ସିବିଏମ୍ ବ୍ଲକରେ ମାର୍କେଟିଂ, ମୂଲ୍ୟ ନିର୍ଦ୍ଧାରଣ ସ୍ୱାଧୀନତା ଅଧିକାର ଦିଆଯାଇଛି । ୨୦୧୮ରେ ନର୍ଥ-ଇଷ୍ଟ ପାଇଁ ଏହି ପ୍ରକାରର ମାର୍କେଟିଂ ଓ ଦର ନିର୍ଦ୍ଧାରଣ ସ୍ୱାଧୀନତା ନୀତି ତିଆରି କରାଯାଇଥିଲା । ୨୦୧୯ରେ କୁହାଯାଇଥିଲା ସମସ୍ତ ପ୍ରକାରର ଗ୍ୟାସ୍ ଉତ୍ପାଦନରେ ମାର୍କେଟିଂ ଓ ମୂଲ୍ୟ ନିର୍ଦ୍ଧାରଣକୁ ସ୍ୱାଧୀନତା ଦିଆଯିବ ।

ସାଇବର ସୁରକ୍ଷା ପାଇଁ ଚୁକ୍ତି

ଭାରତ ଓ ଜାପାନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଯେଉଁଥିରେ ସାଇବର ସିକ୍ୟୁରିଟି ଟେକ୍ନୋଲଜିର ଆଦାନ ପ୍ରଦାନ କରାଯିବ । ଏଥିସହ କ୍ୟାବିନେଟ ୭ଟି ଘାତକ ରସାୟନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।

Leave a Reply