ଉପନିର୍ବାଚନ ପାଇଁ ସରଗରମ ରାଜନୀତି, ବାଲେଶ୍ୱର ଏବଂ ତିର୍ତ୍ତୋଲରେ ନାମାଙ୍କନପତ୍ର ଦାଖଲ

1 min read

ବାଲେଶ୍ୱର/ତିର୍ତ୍ତୋଲ: ଉପନିର୍ବାଚନ ପାଇଁ ସରଗରମ ବାଲେଶ୍ୱର ସଦର ରାଜନୀତି । ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ । ବିଜେଡି ଜିଲ୍ଲା କାର୍ଯ୍ୟାଳୟରୁ କୋଭିଡ ନିୟମ ଅନୁସାରେ ବାହାରି ଫକୀର ମୋହନ ସେନାପତି, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ସ୍ୱରୂପ ଦାସ । ନିଜ ସମର୍ଥକଙ୍କ ସହ ଫାଣ୍ଡି ଛକରୁ ଏକ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନା, ନବ ଦାସ, ସମୀର ଦାଶ, ସୁଦାମ ମାରାଣ୍ଡି, ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମମତା କୁଣ୍ଡୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ଦଳୀୟ ନେତା ଓ ସହକର୍ମୀମାନେ ଥିଲେ ।

ସେପଟେ ତାଲିଲାଣି ତିର୍ତ୍ତୋଲର ରାଜନୈତିକ ମାହୋଲ୍ । କଂଗ୍ରେସ ଓ ବିଜେପି ପ୍ରଚାର ଆରମ୍ଭ କରିଥିବା ବେଳେ ବରିଷ୍ଠ ନେତାଙ୍କ ସହ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ । ବିଜୟ ଦାସଙ୍କୁ ଭୋଟ ଦେଇ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଏକ ସୁଯୋଗ ବୋଲି ବିଜେଡି ନେତାମାନେ କହିଛନ୍ତି ।

ସେପଟେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଆଜି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ମା’ ସାରଳାଙ୍କ ଆଶୀର୍ବାଦ ନେଇଥିଲେ ହିମାଂଶୁ। କୋଭିଡ କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ମନ୍ଦିର ମୁଖ୍ୟ ଦ୍ୱାର ପାଖରେ ପୂଜାର୍ଚ୍ଚନା କରିଥିଲେ  ।

Leave a Reply