ରାଉରକେଲାରେ ଚାଞ୍ଚଲ୍ୟ, ଗୁଳିମାଡରେ ସୁନା ବ୍ୟବସାୟୀ ମୃତ

ରାଉରକେଲା: ରାଉରକେଲାରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ନାମ ସରୋଜ ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ ରାଉରକେଲା ସହରର ଏସଟିଆଇ ଓଭର ବ୍ରିଜରେ କେହି ଦୁର୍ବୃତ୍ତ ସରୋଜଙ୍କୁ ଗୁଳିମାଡ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୁନା ବ୍ୟବସାୟୀ ଏସଟିଆଇ ଛକରେ ନିଜ ସୁନା ଦୋକାନ ବନ୍ଦ କରି ଲେବର ଟୁର୍ଣ୍ଣାମେଣ୍ଟ ବାସଭବନକୁ ବାଇକରେ ଯାଉଥିବା ସମୟରେ କିଛି ଦୁର୍ବୃତ ଗୁଳିମାଡ କରିଥିଲେ ।

ତେବେ ଟଙ୍କା ଓ ସୁନା ଲୁଟ ପାଇଁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave a Reply