ବିଳମ୍ବିତ ରାତିରେ ବସ୍ ଓଲଟି ଜଣେ ମୃତ, ୯ ଆହତ

1 min read
Bus Over Turned In Rayagada And Bolangir, One Dead

ରାୟଗଡ଼ା/ବଲାଙ୍ଗିର: ବିଳମ୍ବିତ ରାତିରେ ବସ୍ ଦୁର୍ଘଟଣା । ରାୟଗଡ଼ା ଓ ବଲାଙ୍ଗିରରେ ପୃଥକ ପୃଥକ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Bus Over Turned In Rayagada And Bolangir, One Dead

ନୟାଗଡ଼ରୁ ଜୟପୁର ଅଭିମୁଖେ ଯାଉଥିବା ‘ରଘୁନାଥ’ ନାମକ ବସ୍ ବିଷମକଟକର ପୁରୀକଣା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Bus Over Turned In Rayagada And Bolangir, One Dead

ଅନ୍ୟପଟେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ରତାଖଣ୍ଡି ଗାଁ ମାମୁ ଢାବା ନିକଟରେ ବସ୍ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରଘୁନାଥ ଟ୍ରାଭେଲ୍ସ ନାମକ ଘରୋଇ ବସ୍ ଓଲଟି ପଡ଼ିଥିଲା । ବସଟି ସୁନାବେଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । କୁହୁଡ଼ି ଯୋଗୁଁ ବସ୍ ଡ୍ରାଇଭର ବୁଲାଣିରେ ରାସ୍ତା ଦେଖି ପାରିନଥିଲେ ବୋଲି ଜଣାପଡ଼ିଛି ।

Leave a Reply