ହଟ୍‌ସ୍ପଟ୍‌ ପଶ୍ଚିମବଙ୍ଗରୁ ଭଦ୍ରକକୁ ବସ୍‌ ଚଳାଚଳ ହେଲା ବନ୍ଦ, ଭଦ୍ରକ ଜିଲ୍ଲାପାଳ ନେଲେ ଏଭଳି ନିଷ୍ପତ୍ତି

1 min read

ଭଦ୍ରକ: ପଶ୍ଚିମବଙ୍ଗ ଏପର୍ଯ୍ୟନ୍ତ ହଟ୍‌ସ୍ପଟ୍‌ ତାଲିକାରେ ରହିଛି । ବଙ୍ଗରେ ଜାରି ରହିଛି କରୋନାର କାୟା ବିସ୍ତାର । ପୂର୍ବରୁ ଏପର୍ଯ୍ୟନ୍ତ ବଙ୍ଗ ଫେରନ୍ତାଙ୍କ ପାଇଁ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ପଶ୍ଚିମବଙ୍ଗରରୁ ଫେରିଥିବା ଲୋକଙ୍କ ପାଇଁ ଅଧିକ କରୋନା ସଂକ୍ରମଣ ବଢ଼ିଛି ରାଜ୍ୟ ମଧ୍ୟରେ । ତେବେ ଆଗକୁ ଆହୁରି ସଂକ୍ରମଣ ନ ବଢ଼ିବା ପାଇଁ ଭଦ୍ରକ ଦିଲ୍ଲାପାଳ ଏକ କଡ଼ା ପଦକ୍ଷେପ ନେଇଛନ୍ତି ।

ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ସେଥିପାଇଁ ପଶ୍ଚିମବଙ୍ଗରୁ ଭଦ୍ରକ କୁ ଯାତାୟାତ କରୁଥିବା ସମସ୍ତ ଯାତ୍ରୀବାହୀ ବସ୍ ର ଅନୁମତି କୁ ସାମୟିକ ଭାବରେ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରିଛନ୍ତି ଜିଲ୍ଲାପାଳ । ଭଦ୍ରକ ଦିଲ୍ଲାରେ ଜେମିତି ପୁଣି ସଂକ୍ରମଣ କେବଳ ବଙ୍ଗ ଫେରନ୍ତାଙ୍କ ପାଇଁ ନବଢ଼ୁ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳଙ୍କ ଅନୁମତି ନମିଳିବା ପର୍ଯ୍ୟନ୍ତ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ ।

ସେପଟେ ସୋମବାର ଭଦ୍ରକରୁ ୨ ଜଣ କରୋନା ରୋଗି ଚିହ୍ନଟ ହୋଇଛନ୍ତି  । ରାଜ୍ୟରେ ଆଉ ୨୩ ଜିଲ୍ଲାରୁ ଆଉ ୬୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୫ ଜଣ ଓ ଲୋକାଲ୍ କେସ୍ ୨୦୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୩୭୩୭କୁ ବୃଦ୍ଧି ପାଇଛି ।

Leave a Reply