ଯାତ୍ରୀବସକୁ ସାଢ଼େ ୫ଲକ୍ଷ ଟଙ୍କାର ଜରିମାନା କଲା ଆରଟିଓ , ଜାଣନ୍ତୁ କାହିଁକି

1 min read

ଭୁବନେଶ୍ୱର: କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିବା ଯାତ୍ରୀବାହୀ ବସକୁ ୫ଲକ୍ଷ ୬୬ ହଜାର ଟଙ୍କା ଜରିମାନା କରାଯାଇଛି । ବସ୍‌କୁ ଆରଟିଓ-୨ ଭୁବନେଶ୍ୱର ଜରିମାନା କରିବା ସହ ଏହାକୁ ଏନଫୋର୍ସମେଣ୍ଟ ୱିଙ୍ଗ ଅଟକ ରଖିଛି ।  ୨୦୧୯ ମେ ମାସରୁ ଏମ୍‌ଭି ଟ୍ୟାକ୍ସ ଦେଇନଥିବାରୁ ଜରିମାନା କରାଯାଇଛି । ଟ୍ୟାକ୍ସ ସହ ମୋଟ୍ ୫ଲକ୍ଷ ୬୬ହଜାର ୯୮୧ ଟଙ୍କା ଜରିମାନା କରାଯାଇଛି । ବସଟିର ବୈଧ ଷ୍ଟେଜ କ୍ୟାରେଜ୍ ପରମିଟ୍ ନଥିବା ସୂଚନା ମିଳିଛି ।

ପୂର୍ବରୁ ଅଭିଯୋଗ ଆସିଥିଲା ଯେ, ଅନେକ ଗାଡ଼ି ଟ୍ୟାକ୍ସ ଫାଙ୍କିବା ସହ ଗାଡ଼ିର ଫିଟନେସ ସାର୍ଟଫିକେଟ ନଥିବା ସୂଚନା ମିଳିଥିଲା । ଯେଉଁକାଣରୁ ସରକାରଙ୍କ ରାଜସ୍ୱ କମିବା ସହ ବସ୍ ଗୁଡ଼ିକ ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ହେଉଛି । ତେବେ ଏମିତି ବି ଅଭିଯୋଗ ଆସିଛି ଅନେକ ଗାଡ଼ିଗୁଡିକର ଫିଟନେସ ଯାଞ୍ଚ କରାଯାଉନାହିଁ ସେ ସବୁକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ ଆସିଥିଲା ଆରଟିଓ । ଏହାପରେ ଉକ୍ତ ବସର ଫିଟନେସ ସାର୍ଟଫିକେଟ ଏବଂ ପରିବହନ ଟାକ୍ସ ନଦେଉଥିବା ଜଣା ପଡ଼ିଥିଲା ।

Leave a Reply