ତେଲଦରରେ ଲଗାମ୍ ନାହିଁ, ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର । ଡିଜେଲ୍ ହେଉକି ପେଟ୍ରୋଲ୍ ଲିଟର ପିଛା ୮୫ ଟଙ୍କା ତଳକୁ ଖସୁନାହିଁ । ତେଲ ଦର ବାରମ୍ବାର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ଆଉ ଏକ ପ୍ରହାର । ବୃଦ୍ଧି ପାଇଛି ଯାତ୍ରୀବାହୀ ବସ୍ ଭଡ଼ା । ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ବସ୍ ଆସୋସିଏସନର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

Bus Fare Increased In Odisha After Oil Price Hiked  

ସାଧାରଣ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୮୦ ପଇସା ହୋଇଛି । ପୂର୍ବରୁ କିଲୋମିଟର ୭୪ ପଇସା ଥିଲା । ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ୭ ପଇସା ବଢ଼ି କିଲୋମିଟର ପିଛା ୮୪ ପଇସା ହୋଇଛି । ପୂର୍ବରୁ ୭୭ ପଇସା ଥିଲା । ଡିଲକ୍ସ ଭଡ଼ା ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୧୧ ପଇସା ହୋଇଛି । ପୂର୍ବରୁ ୧ ଟଙ୍କା ୯ ପଇସା ଥିଲା । ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ବୃଦ୍ଧି ପାଇ ୧ ଟଙ୍କା ୩୯ ପଇସା ହୋଇଛି । ପୂର୍ବରୁ ୧ ଟଙ୍କା ୩୧ ପଇସା ଥିଲା । ସୁପର୍ ପ୍ରିମିୟମ୍ ବସ୍ ଭଡ଼ା ୨.୧୭ ପଇସା ରଖାଯାଇଛି ।

Leave a Reply